ଗାଁରେ ବସି ECIଙ୍କ ଓ୍ବେବସାଇଟ୍‌ ହ୍ୟାକ୍‌ କଲା ଯୁବକ

0

ନୋଏଡା : ଭାରତର ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟ୍‌ ହ୍ୟାକ୍‌ ଅଭିଯୋଗରେ ଉତ୍ତରପ୍ରଦେଶର ସହାରନପୁରରୁ ଜଣେ ୨୦ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିଜ ଗାଁରେ ଥିବା କମ୍ପ୍ୟୁଟର ଦୋକାନରେ ହଜାର ହଜାର ନକଲି ଭୋଟର କାର୍ଡ ରଖିଥିଲା। ଯୁବକର ନାଁ ବିପୁଳ ସୈନୀ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଯେଉଁ ପାସଓ୍ବାର୍ଡ ବ୍ୟବହାର କରୁଥିଲେ ସେ ମଧ୍ୟ ସମାନ ପାସଓ୍ବାର୍ଡ ବ୍ୟବହାର କରୁଥିଲା ବୋଲି ପୋଲିସ କହିଛି।

ପଚରା ଉଚରା ପରେ ସୈନୀ ନିଜର ଜଣେ ସାଥି ମଧ୍ୟପ୍ରଦେଶର ଅରମାନ ମଲିକ ବୋଲି କହିଛି । ଏହା ସହ ସେ ୩ ମାସରେ ୧୦ ହଜାର ନକଲି ଭୋଟର କାର୍ଡ ତିଆରି କରିଛି। ପ୍ରଥମେ ସନ୍ଦେହ ହେବା ପରେ ନିର୍ବାଚନ ଆୟୋଗ ଯାଞ୍ଚ ଏଜେନ୍ସିକୁ ସୂଚନା ଦେଇଥିଲେ। ପୋଲିସି ସୈନୀର ଠିକଣା ପାଇବା ସହ ସହାରନପୁର ପୋଲିସକୁ ସୂଚନା ଦେଇଥିଲା।

ଏହି ସମୟରେ ନିର୍ବାଚନ ଆୟୋଗ ବିଭିନ୍ନ ପ୍ରକାର ପଦକ୍ଷେପ ନେବା ସହ ସ୍ପଷ୍ଟ କରିଥିଲେ, ଯେ ସମସ୍ତ ଡାଟା ସୁରକ୍ଷିତ ରହିଛି । ଅଭିଯୁକ୍ତ ସୈନୀକୁ ପୋଲିସ ଉତ୍ତରପ୍ରଦେଶର ମଚରହେଡି ଗାଁରୁ ଗିରଫ କରିଛି । ସୈନୀ ନିକଟରେ ଉତ୍ତରପ୍ରଦେଶର ଏକ ବିଶ୍ବବିଦ୍ୟାଳୟରୁ ବିସିଏ ପାସ୍‌ କରିଥିବା ଜଣାପଡ଼ିଛି ।

ତାର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଟ୍ରଞ୍ଜାକ୍ସନ ହୋଇଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ନକଲି ଭୋଟର ପରିଚୟ ପତ୍ର ମାଧ୍ୟମରେ ସେ କଣ କରୁଥିଲା ତାହା ସ୍ପଷ୍ଟ ହୋଇନାହିଁ । ସୈନୀ ନିଜ ସାଥି ବୋଲି କହିଥିବା ଅରମାନ ମଲିକ ଏବେ ମଧ୍ୟପ୍ରଦେଶର ହରଦା ଜେଲରେ ଅଛି ।

Leave A Reply

Your email address will not be published.