ପୁଣି ଜନନୀ ଯନ୍ତ୍ରଣା ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

0

କନ୍ଧମାଳ, : ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ସାଜିଲା ବାଧକ, ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲାନି । ଫଳରେ ପ୍ରସୂତୀକୁ ଖଟରେ ବୋହି ଆଣିଲା ବାଟରେ ପ୍ରସବ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀ ପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡରୁଗୁମ୍ପା ଗ୍ରାମପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ । ଗ୍ରାମର ବିଜୟ କହରଙ୍କ ପତ୍ନୀ ସସ୍ମିତାଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଘର ଲୋକେ ଫୋନ କରିଥିଲେ।

ହେଲେ ଆମ୍ବୁଲାନ୍ସ ଆସିଲା, କିନ୍ତୁ ଗ୍ରାମକୁ ଯାଇ ନପାରିବାରୁ ସସ୍ମିତାକୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ବେଳେ ବାଟରେ ସସ୍ମିତାଙ୍କ ପ୍ରସବ ହୋଇଥିଲା। ତେବେ ଆଶା ଦିଦି ସମସ୍ତ ସେବା ଯୋଗାଇଦେବା ସହ ଆମ୍ବୁଲାନ୍ସରେ ଫୁଲବାଣୀ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ମା ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡିଛି । ସ୍ଵାଧୀନତାର ଏତେବର୍ଷ ପରେ ବି ଗ୍ରାମକୁ ରାସ୍ତା ନିର୍ମାଣ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.