ବାଦଲ ଫାଟି ୪ ଜଣଙ୍କ ମୃତ

0

ଜାମ୍ମୁକାଶ୍ମୀର  : ଜାମାମୁ କାଶ୍ମୀରରେ ଲଗାତାର ବର୍ଷା ଲୋକଙ୍କ ଅବସ୍ଥାକୁ ଶୋଚନୀୟ କରିଦେଇଛି । କିଶତଓ୍ୱାଡାରେ ବାଦଲ ଫାଟିବାରୁ ୪ ଜମଙ୍କ ମୃତଦେହ ଉଦ୍ଧାର ହୋଇଛି । ୩୦ ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଘର ନଷ୍ଟ ହେବା ବ୍ୟାପକ କ୍ଷୟକ୍ଷତି ହୋଇଛି । ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । SDRF ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ପ୍ରବଳ ବର୍ଷା ହେତୁ ନେଟୱାର୍କ ଠପ ହୋଇପଡିଛି ।ଜୁଲାଇ ଶେଷ ସୁଦ୍ଧା ଜାମ୍ମୁରେ ଅଧିକ ବର୍ଷା ହେବାର ହୋଇଛି । ଯେଉଁଥିପାଇଁ କିଶତବାର ଅଧିକାରୀମାନେ ଜଳଭଣ୍ଡାର ନିକଟରେ ରହୁଥିବା ଏବଂ ସ୍ଲିପର ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ପରାମର୍ଶରେ ଜିଲ୍ଲା ପ୍ରଶାସନ କହିଛି ଯେ ଆସନ୍ତା ଦିନରେ ପ୍ରବଳ ବର୍ଷା ହୋଇପାରେ । ନଦୀର ଜଳ ସ୍ତର ବଢିପାରେ ବୋଲି ଅନୁମାନ କରାଯାଉଛି । ସେମାନଙ୍କ ନିକଟରେ ରହୁଥିବା ଲୋକଙ୍କୁ ବିପଦ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ହିମାଳୟ ରାଜ୍ୟ ସମେତ ଉତ୍ତର-ପଶ୍ଚିମ ଭାରତ ଉପରେ ଅତ୍ୟଧିକ ପ୍ରବଳରୁ ପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗ (ଆଇଏମଡି) ଏହି ଅଞ୍ଚଳରେ ଆଉ ଗୋଟିଏ ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି । ବୁଧବାର ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଉପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.