ଭୁବନେଶ୍ବର : ମଦ୍ୟପ କାର୍ ଚାଳକ ଯୁବକଙ୍କ ଉନ୍ମତକାଣ୍ଡ । ରାଜଧାନୀରେ ମଦ ପିଇ ସ୍କୁଟିକୁ ଧକ୍କା ଦେଲେ । ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଓଭର ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେବା ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।
ଗାଡି ଭିତରେ ନିଶାସକ୍ତ ଅବସ୍ଥାରେ ଦୁଇ ଯୁବକ ଓ ଦୁଇ ଯୁବତୀ ଥିଲେ । ମୃତକ ଜଣଙ୍କର ପରିଚୟ ମିଳିପାରିନାହିଁ । ଦୁଇ ଯୁବକ ହେଲେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳର । ଦୁଇ ଯୁବତୀ ଉତ୍ତରାଖଣ୍ଡର ବୋଲି ଜଣାପଡିଛି ।