ମହିଳାଙ୍କ ଉପରେ ହାତ ଉଠାଇବା ପଡିଲା ଭାରି

0

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଅଲିଗଡ ଥାନା ସିଭିଲ୍ ଲାଇନ୍ ଅଞ୍ଚଳର ଗୁରୁଦ୍ୱାରା ରୋଡ୍‌ରେ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ହୋଇଥିବା ଝଗଡାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ପୁରୁଷ ଜଣଙ୍କ ମହିହାଙ୍କ ସହ ମାଡ-ପିଟ୍ କରିଛନ୍ତି । ଏହାପରେ ମହିଳା ଜଣଙ୍କ ବ୍ୟକ୍ତିଙ୍କ ଉପରେ ଚପଲ ମାଡ ବର୍ଷା କରିଛନ୍ତି । ସୂଚନା ଅନୁଯାୟୀ, ସେହି ଅଞ୍ଚଳର ଏକ ଫୋନ୍ ରିପାୟାରିଂ ଏବଂ ରିଚାର୍ଜ ଦୋକାନକୁ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ପହଞ୍ଚିଥିଲେ ଏବଂ କିଛି ଜିନିଷ ନେଇଥିଲେ । କିନ୍ତୁ ନେଇଥିବା ଜିନିଷର ପେମେଣ୍ଟ ନକରି ଝଗଡା କରିବା ଆରମ୍ଭ କରିଥିଲେ । ଦୋକାନର କାଉଣ୍ଟର ମଧ୍ୟ ଭାଙ୍ଗି ଦେଇଥିଲେ। ଏହାପରେ ଦୋକାନରେ ବସିଥିବା ଯୁବକଙ୍କ ମା’ ପହଞ୍ଚିଥିଲେ ଏବଂ ସେହି ବ୍ୟକ୍ତିଙ୍କ ସହ ମଧ୍ୟ ତାଙ୍କର ଝଗଡା ହୋଇଥିଲା ।

ଏହି ସମୟରେ ବ୍ୟକ୍ତି ଜଣଙ୍କ ମହିଳାଙ୍କ ଉପରେ ହାତ ଉଠାଇଥିଲେ ଯାହାପରେ ଦୁହିଁଙ୍କ ମଧ୍ୟରେ ମାଡ-ପିଟ୍ ଆରମ୍ଭ ହୋଇଯାଇଥିଲା । ମହିଳା ବ୍ୟକ୍ତି ଜଣକୁ ଉଚିତ୍ ଜବାବ ଦେବାକୁ ଯାଇ ଚପଲ ମାଡର ବର୍ଷା କରିଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ଏହି ଭିଡିଓ ସୁଟ୍ କରିଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣଙ୍କ ସ୍ଥାନୀୟ ଥାନାରେ ଅଭିଯୋଗ ଦାଖଲ କରିଥିବା ଜଣା ପଡିଛି ।

Leave A Reply

Your email address will not be published.