ହୋଟେଲ ମ୍ୟାନେଜର ଓ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ,

0

ନୀଳଗିରି: ହୋଟେଲ ମ୍ୟାନେଜର ଓ ଘର ମାଲିକଙ୍କୁ ଭୁଜଲିରେ ହାଣିଦେଲେ । ଏଭଳି ଘଟଣା ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ତେଲିପାଳ ଅଞ୍ଚଳରେ ଥିବା ଏକ ଢ଼ାବାରେ ଘଟିଛି । ଦୁଇ ଯୁବକ ଗୁରୁତର ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

 

ସୂଚନାଯୋଗ୍ୟ, ତେଲିପାଳ ଅଂଚଳରେ ଥିବା ପେଟ୍ରୋଲ ପମ୍ପ ନିକଟରେ କୂଳଡ଼ିହା ଢ଼ାବାକୁ ତିନିଜଣ ଯୁବକ ଖାଇବାକୁ ଆସିଥିଲେ । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତିନିଜଣ ଯୁବକ ହୋଟେଲ ମ୍ୟାନେଜର ରଜନୀକାନ୍ତ ବାରିକଙ୍କୁ ମରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ସେ ଜୀବନ ବିକଳରେ ଦୌଡ଼ୁଥିବା ବେଳେ ଘର ମାଲିକ ମୁକ୍ତିକାନ୍ତ ସେମାନଙ୍କ ପାଖକୁ ଯାଇ ଛଡାଇବାକୁ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.