୧.୪ଲକ୍ଷ ଟଙ୍କାର ମୋବାଇଲ୍ ଗିଫ୍ଟ କଲେ ରାକ୍ଷୀ ସାୱନ୍ତଙ୍କୁ ଫ୍ୟାନ୍ସ

0

ମୁମ୍ବାଇ  : ବିଗ୍‌ବସ୍‌ ୧୪ ସୋର ପ୍ରତିଯୋଗୀ ରାକ୍ଷୀ ସାଓ୍ବନ୍ତ ନିଜର ଭିନ୍ନ ଭିନ୍ନ ଡ୍ରାମା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ବିଗ୍‌ବସ୍‌ ୧୪ର ଯାତ୍ରା ଶେଷ ହୋଇଯାଇଛି, ତଥାପି ରାକ୍ଷୀଙ୍କୁ ନେଇ ଚର୍ଚ୍ଚା କମ୍‌ ହୋଇନାହିଁ। ସେ କ୍ରମାଗତ ଭାବରେ ଚର୍ଚ୍ଚାରେ ଥାନ୍ତି । କିନ୍ତୁ, ଏଥର ରାକ୍ଷୀ ସାୱନ୍ତ ନିଜ ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ବିଷୟରେ ଆଲୋଚନା କରୁଛନ୍ତି। କାରଣ ଏହି ପ୍ରଶଂସକ ରାକ୍ଷୀଙ୍କୁ ଏପରି ଏକ ଖାସ ଉପହାର ଦେଇଛନ୍ତି, ଯାହାକୁ ସେ ଦେଖି ବହୁତ ଖୁସି ହୋଇଯାଇଛନ୍ତି।

ରାକ୍ଷୀ ସାୱନ୍ତ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାକ୍ଷୀଙ୍କ ଜଣେ ଛୋଟ ଫ୍ୟାନ୍ସ ତାଙ୍କୁ ଉପହାର ଦେଉଥିବାର ଦେଖିବାକୁ ମିଳିଛି। ରାକ୍ଷୀଙ୍କୁ ତାଙ୍କ ଫ୍ୟାନ୍ସ ୨୦, ୩୦ କିମ୍ବା ୫୦ ନୁହେଁ ୧.୫ ଲକ୍ଷ ଟଙ୍କାର ଏକ ମୋବାଇଲ୍ ଉପହାର ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Leave A Reply

Your email address will not be published.