୧ ଏପ୍ରିଲରୁ ମହଙ୍ଗା ହେବ ସ୍ୱାସ୍ଥ୍ୟ ବୀମା

0

ନୂଆଦିଲ୍ଲୀ : ଆଉ ଏକ ମହଙ୍ଗା ମାଡ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ୧ ଏପ୍ରିଲରୁ ଆପଣଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ବଢିପାରେ । ଏହି ବୃଦ୍ଧି ପ୍ରାୟ ୧୦ ପ୍ରତିଶତ ହୋଇପାରେ । କରୋନା ଯୋଗୁଁ ହେଲ୍ଦ ଇନସ୍ୟୁରାନ୍ସ କମ୍ପାନୀମାନେ ପ୍ରିମିୟମର ବୃଦ୍ଧିକୁ ଏପର୍ଯ୍ୟନ୍ତ ରୋକି ରଖିଥିଲେ । କିନ୍ତୁ ଏବେ ହଜାର ହଜାର କୋଟି ଟଙ୍କାର କରୋନା କ୍ଲେମ୍ ଓ IRDAI ର ଷ୍ଟାଣ୍ଡାର୍ଡ ନିୟମ ଲାଗୁ ହେବା ପରେ କମ୍ପାନୀମାନେ ପ୍ରିମିୟମ୍ ବଢାଇବା ପାଇଁ ବାଧ୍ୟ ହେଉଛନ୍ତି ।

ଅଧିକାଂଶ କମ୍ପାନୀମାନେ ନିଜ ପ୍ରିମିୟମକୁ ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ରିଭାଇଜ୍ କରିପାରନ୍ତି । ଅର୍ଥାତ୍ ୧ ଏପ୍ରିଲ ୨୦୨୧ରୁ କମ୍ପାନୀମାନେ ହେଲ୍ଦ ଇନସ୍ୟୁରାନ୍ସ ପଲିସିର ପ୍ରିମିୟମ୍ ବଢାଇପାରନ୍ତି । ଇନସ୍ୟୁରାନ୍ସ ରେଗୁଲେଟର IRDAI ଅନେକ ଗମ୍ଭୀର ରୋଗକୁ ମେଡିକାଲ ଇନସ୍ୟୁରାନ୍ସ ପଲିସିରେ ସାମିଲ କରିଦେଇଛି । ଏମିତି ଅନେକ ରୋଗ ଏବେ ପଲିସିରେ ସାମିଲ ହୋଇଛି । ତେଣୁ ବୀମାର ପ୍ରିମିୟମ୍ ବଢିବା ନିଶ୍ଚିତ ।

Leave A Reply

Your email address will not be published.