୧ ଜୁଲାଇରୁ ଦେଶରେ ଖୋଲିପାରେ ସ୍କୁଲ ଓ କଲେଜ୍

0

ହାଇଦ୍ରାବାଦ: କରୋନା ସଂକ୍ରମଣ ମାମଲା କ୍ରମଶଃ ହ୍ରାସ ପାଉଛି। ଏବେ ଧୀରେ ଧିରେ ଅନେକ ରାଜ୍ୟ ଅନଲକ୍ ପକ୍ରିୟା ଦେଇ ଚାଲିଛନ୍ତି। ଦ୍ବିତୀୟ ଲହରୀରେ କରୋନାରୁ ରକ୍ଷା ପାଇବା ପାଇଁ ଲଗାଯାଇଥିବା ଲକଡାଉନକୁ ଖୋଲିବାର ସମୟ ଆସିଯାଇଛି। ଏହି କ୍ରମରେ ତେଲେଙ୍ଗାନାରେ ମଧ୍ୟ ଆଜି(ରବିବାର)ଠାରୁ ଲକଡାଉନ୍ ଶେଷ ହୋଇସାରିଛି। ଏହା ସହିତ ସରକାର ସ୍କୁଲ, କଲେଜକୁ ପୁଣିଥିରେ ଖୋଲିବାର ନିଷ୍ପତ୍ତି ନେଇଛନ୍ତି।

ତେଲେଙ୍ଗାନା ସରକାର କରୋନା ସଂକ୍ରମଣ ମାମଲାରେ ହ୍ରାସ ଆସିବା ପରେ ରାଜ୍ୟରେ ଲକଡାଉନ୍ ହଟାଇବା ଓ ୧ ଜୁଲାଇରୁ ଶିକ୍ଷା ସଂସ୍ଥାନକୁ ଖୋଲିବାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗତ ଏକ ମାସ ଧରି ମହାମାରୀ ଉପରେ ନିୟନ୍ତ୍ରଣ ପାଇବା ପାଇଁ ଲକଡାଉନ୍ ଲାଗୁ କରାଯାଇଥିଲା।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ବିଜ୍ଞପ୍ତିରେ କହିଛନ୍ତି, ରାଜ୍ୟ ମନ୍ତ୍ରୀମଣ୍ଡଳ ଶନିବାର ନିଷ୍ପତ୍ତି ନୋଇଛି ଯେ, ସମସ୍ତ ବିଭାଗର ଅଧିକାରୀ ଲକଡାଉନ ବେଳେ ଲାଗୁ କଟକଣାକୁ ହଟାଇବାର ନିର୍ଦେଶ ଦେଇଥିଲେ। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଚିକିତ୍ସା ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦ୍ବାରା ରାଜ୍ୟରେ କରୋନା ମାମଲାରେ ହ୍ରାସ ଆସିବାର ରିପୋର୍ଟ ଉପରେ ବିଚାର ପରେ ନିଆଯାଇଥିଲା।

Leave A Reply

Your email address will not be published.