୧୦ ବର୍ଷରୁ କମ୍ ବୟସର ଶିଶୁ ହେଉଛନ୍ତି କରୋନା ସଂକ୍ରମିତ

0

ବେଙ୍ଗାଲୁରୁ  :  ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଅନେକ ରାଜ୍ୟରେ ସକ୍ରିୟ ମାମଲା ହୁହୁ ହୋଇ ବଢି ଚାଲିଛି । ଏହାକୁ ନଜରରେ ରଖି ଅନେକ ସ୍ଥାନରେ ନାଇଟ୍ କର୍ଫ୍ୟୁ ଓ ଲକଡାଉନ୍ ମଧ୍ୟ ଲାଗୁ ହୋଇଛି । ତେବେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚିନ୍ତାଜନକ ସ୍ଥିତିରେ ପହଁଚିଛି କୋଭିଡ-୧୯ । ଏଠାରେ ୧୦ ବର୍ଷରୁ କମ ବୟସର ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହି ବୟସର ଶିଶୁ ଅଧିକ କରୋନା କବଳରେ ଆସୁଛନ୍ତି । ଚଳିତ ମାସରେ ୪୭୨ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ୫୦୦ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାନୁସାରେ, କରୋନାର ଦ୍ୱିତୀୟ ଲହରରେ ଗତବର୍ଷ ଅପେକ୍ଷା ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି । କାରଣ ଶିଶୁମାନେ ବାହାରେ ଅଧିକ ସମୟ ଅତିବାହିତ କରୁଛନ୍ତି । ପରିବାର ସହ ବାହାରକୁ ଯାଉଛନ୍ତି । ତେଣୁ ସଂକ୍ରମଣର ସମ୍ଭାବନା ବଢିଛି । ଚଳିତ ମାସରେ ପଜିଟିଭ୍ ଚିହ୍ନଟ ହୋଇଥିବା ୪୭୨ ଶିଶୁରୁ ୨୪୪ ପୁଅ ହୋଇଥିବା ବେଳେ ୨୨୮ ହେଉଛନ୍ତି ଶିଶୁକନ୍ୟା । ଏହାସତ୍ତ୍ୱେ ରାଜ୍ୟର ଟେକନିକାଲ ଆଡଭାଇଜାରୀ କମିଟିର ସଦସ୍ୟ ଏହାକୁ ଚିନ୍ତାଜନକ କହିନାହାଁନ୍ତି ।

ସେ କହିଛନ୍ତି ଯେ, ଗୋଟିଏ ବର୍ଷ ପୂର୍ବରୁ ଶିଶୁମାନେ ଭାଇରସ ସଂସ୍ପର୍ଶରେ ଆସିନଥିଲେ । ଲକଡାଉନ୍ କାରଣରୁ ସେମାନେ ଘରେ ରହୁଥିଲେ । ଆପାର୍ଟମେଣ୍ଟ ଓ କମ୍ପ୍ଲେକ୍ସରେ କେବଳ ଗୋଟିଏ ସ୍ଥାନରେ ଖେଳୁଥିଲେ । ଭବିଷ୍ୟତରେ ଶିଶୁମାନେ କରୋନା ବ୍ୟାପିବାର ମୁଖ୍ୟ କାରଣ ହୋଇପାରନ୍ତି । ପିଲାମାନେ ଠିକ୍ ଭାବେ ମାସ୍କ ପିନ୍ଧୁ ନାହାଁନ୍ତି କିମ୍ବା ସାମାଜିକ ଦୂରତା ପାଳନ କରୁନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିଶୁମାନେ ପିଚାମାତାଙ୍କ ସହ ଅନେକ କାର୍ଯ୍ୟକ୍ରମକୁ ଯାଉଛନ୍ତି । ଏହି ସମୟରେ ସେମାନଙ୍କୁ ଅଧିକ ବିପଦ ରହିଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.