୧୦ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

0

ଭଦ୍ରକ : ଭଦ୍ରକରେ ବଢିଚାଲିଛି ନିଶା କାରବାର । କେଉଁଠି ପୋଲିସ ଖାଉଛି ତ, କେଉଁଠି ପୋଲିସ ବିଭାଗର କିଛି କର୍ମଚାରୀ ଏହାକୁ ସୁଯୋଗ ଦେଉଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଟାଉନ ଥାନା ଅଧିନ କଦମବେଡା ପେଟ୍ରୋଲ ପମ୍ପ ନିକଟରେ ।

ସୂଚନାଯୋଗ୍ୟ ଯେ, ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ ଗାଡି ଡ୍ରାଇଭରଙ୍କ ପୁଅ ସମେତ ସ୍ଥାନୀୟ କେତେକ ଯୁବକ ବ୍ରାଉନସୁଗାର ପୁଡିଆ ଧରି ନିଶା ସେବନ କରୁଥିଲେ । ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଗଲା ସମୟରେ ନିଶା ସେବନ କରୁଥିବା ଯୁବକମାନେ ହାତରେ ମାରଣାସ୍ତ୍ର ଧରି ସେମାନଙ୍କୁ ଗୋଡାଇବା ସହ ଆତଙ୍କ ଖେଳାଇଥିଲେ । ଫଳରେ ବହୁ ଲୋକ ଜମା ହୋଇ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ସହରାଞ୍ଚଳ ଥାନା ପୋଲିସ ସଂପୃକ୍ତ ୩ ଜଣ ଯୁବକଙ୍କୁ ଉଠାଇ ନେଇ ଗିରଫ ରଖିଛି । ଏମାନଙ୍କଠାରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି। ଏହି ଘଟଣାରେ ଭଦ୍ରକ ଟାଉନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.