୧୧ ଜୁଆଡ୍ଡିଙ୍କୁ ଗିରଫ କଲା ପୋଲିସ

0

ବାଲିପାଟଣା : ଜୁଆ ଆଡ୍ଡା ଉପରେ ଚଢାଉ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟିରେ ଥିବା ଅନନ୍ୟା ମଣ୍ଡପରେ ଜୁଆ ଖେଳ ଚାଲିଥିବା ପୋଲିସର ଚଢାଉ । ୧୧ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ।

ଖବର ଅନୁଯାୟୀ, ରାତି ଅଧରେ ଚାଲିଥିଲା ଜୁଆ ଖେଳ । ପୋଲିସ ଚଢ଼ାଉ କରି ୧୧ ଜଣ ଜୁଆଡିଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨ ଲକ୍ଷ ୯୮ ହଜାର ଟଙ୍କା ସହ ୫ ମୁଠା ତାସ୍ , ୩ଟି ବାଇକ୍ ଏବଂ ଗୋଟିଏ ଅଟୋ ଜବତ ହୋଇଛି । ଗତ ବିଳମ୍ବିତ ରାତ୍ରି ରେ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁ ଙ୍କ ନେତୃତ୍ଵରେ ଏକ ଟିମ୍ ଜୁଆ ଆତ୍ଡା ଉପରେ ଚଢ଼ାଉ କରିଥିଲେ । ଜୁଆ ଖେଳୁଥିବା ୧୧ ଜଣ ଜୁଆଡିଙ୍କୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଛି ।

Leave A Reply

Your email address will not be published.