୧୧୯ ଟଙ୍କାରେ ମିଳୁଛି ଗ୍ୟାସ ସିଲିଣ୍ଡର

0

ନୂଆଦିଲ୍ଲୀ,୨୫।୩: ଏହି ସମୟରେ ଘରୋଇ ରୋଷଇ ଗ୍ୟାସର ମୂଲ୍ୟ ଆକାଶ ଛୁଆଁ ରହିଛି। ସବସିଡି ଥିବା ସିଲିଣ୍ଡର ମୂଲ୍ୟ ୨୦୨୧ ରୁ ଏପର୍ଯ୍ୟନ୍ତ ୨୨୫ ଟଙ୍କା ପ୍ରତି ସିଲିଣ୍ଡର ପର୍ଯ୍ୟନ୍ତ ବଢିଯାଇଛି। ଦିଲ୍ଳୀରେ ସବସିଡି୍ ଥିବା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ୍ ୮୧୯ ଟଙ୍କା ପହଁଞ୍ଚି ସାରିଛି। କିନ୍ତୁ Paytm ଆପଣଙ୍କ ପାଇଁ ଏକ ଖାସ୍ ଅଫର ନେଇକି ଆସିଛି, ଯାହା ଅନୁସାରେ ଆପଣ ୮୧୯ ଟଙ୍କାର ସିଲିଣ୍ଡରକୁ ମାତ୍ର ୧୧୯ ଟଙ୍କାରେ ପାଇପାରିବେ। ଏହାର ଅର୍ଥ ଆପଣଙ୍କୁ ସିଧା ୭୦୦ ଟଙ୍କାର କ୍ୟାସବ୍ୟାକ୍ ମିଳିବ। ତେବେ ଆସନ୍ତୁ ଜାଣିବା କିଭଳି ଏହି ଅଫରର ଲାଭ ଉଠାଇ ପାରିବେ…

ଆପଣ Paytm ରୁ  ନିଜର ଏଲପିଜି ସିଲିଣ୍ଡର ବୁକ୍ କରି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଦେଶର ଅଧିକାଂଶ ଭାଗରେ ଯେଉଁଠି ଏଲପିଜି ସିଲିଣ୍ଡର ସବସିଡି ପରେ ୮୧୯ ଟଙ୍କା ରହିଛି, ସେଠାରେ ପେଟିଏମ୍ ବିଶେଷ କ୍ୟାସବ୍ୟାକର ଫାଇଦା ଉଠାଇ ଆପଣ ମାତ୍ର ୧୧୯ ଟଙ୍କାରେ ଏହାକୁ କିଣି ପାରିବେ।

ଜାଣନ୍ତୁ କିପରି ଅଫରର ଉଠାଇବେ ଲାଭ

୧- ଯଦି ଆପଣଙ୍କ ଫୋନରେ  Paytm App ନାହିଁ ତେବେ ପ୍ରଥମେ ଡାଉନଲୋଡ୍ କରିନିଅନ୍ତୁ। ଏହାପରେ  Paytm Appକୁ ଯାଇ Show more  ଉପରେ କ୍ଳିକ୍ କରିବାକୁ ହେବ।

୨ ଏବେ ‘recharge and pay bills’ଉପରକୁ ଯାଆନ୍ତୁ।  book a cylinder’ଅପ୍ସନ ଖୋଲନ୍ତୁ।

୩- ଭାରତ ଗ୍ୟାସ୍, ଏଚପି ଗ୍ୟାସ୍ କିମ୍ବା ଇଣ୍ଡେନରୁ ନିଜର ଗ୍ୟାସ୍ ପ୍ରୋଭାଇଡର ଚୟନ କରନ୍ତୁ। ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ନିଜର LPG ID ଦାଖଲ କରନ୍ତୁ।

୪-ଏହାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଆସିବ। ଏବେ ପେମେଣ୍ଟ କରିବା ପୂର୍ବରୁ ଅଫର ଉପରେ ‘FIRSTLPG’ ପ୍ରମୋ କାର୍ଡ ପକାନ୍ତୁ।

୭୦୦ ଟଙ୍କା ପର୍ଯ୍ୟନ୍ତ ଏହି କ୍ୟାସବ୍ୟାକ୍ ପେଟିଏମ୍ ଆପ୍ ମାଧ୍ୟମରେ ପ୍ରଥମ ଥର ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକ୍ କରୁଥିବା ଗ୍ରାହକ ପାଇପାରିବେ। କ୍ୟାସବ୍ୟାକର ଏହି ଅଫସର ୩୧ ମାର୍ଚ୍ଚ ୨୦୨୧ ରେ ଶେଷ ହେବାକୁ ଯାଉଛି। ଅର୍ଥାତ ଆପଣଙ୍କ ପାଖରେ ଶସ୍ତା ରୋଷେଇ ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ କେବଳ ୭ ଦିନ ରହିଛି। ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାସବ୍ୟାକର ସ୍କ୍ରାଚ୍ କାର୍ଡ ମିଳିଯିବ। ଏହି ସ୍କ୍ରାଚ୍ କାର୍ଡକୁ ୭ ଦିନ ଭିତରେ ବ୍ୟବହାର କରିବାକୁ ହେବ।

Leave A Reply

Your email address will not be published.