୧୨ ବର୍ଷ ହେଲା ଦୁଇ ଜଣ ପତ୍ନୀଙ୍କ ସହ ରହୁଥିଲା ସ୍ବାମୀ

0

ନୂଆଦିଲ୍ଲୀ : ବିବାହିତ ପୁରୁଷ ଅନ୍ୟ କୌଣସି ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଅନେକ ସମୟରେ ଖବର ଆସିଥାଏ । ପରେ ଏହା ପାରିବାରିକ କଳହରେ ପରିଣତ ହୋଇଥାଏ । ଏଭଳି ଅନେକ ଘଟଣା ଏବେ ପ୍ରାୟତ ପ୍ରତିଦିନ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଏବେ ବ୍ରିଟେନରୁ ସାମ୍ନାକୁ ଆସିଛି । ଅନ୍ୟ କୌଣସି ମହିଳାଙ୍କ ସହିତ ସ୍ବାମୀଙ୍କ ଅନୈତିକ ସମ୍ପର୍କକୁ ନେଇ ସନ୍ଦେହ କରିଥିଲେ ମହିଳା  । ଏହା ପରେ ସେ ଆରମ୍ଭ କରିଦେଇଥିଲେ ଜାସୁସୀ । ପରେ ମହିଳା ଜଣକ ଯାହା ଜାଣିବାକୁ ପାଇଥିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କର ଦୀର୍ଘ ୨୫ ବର୍ଷ ହେଲା ଆଉ ଏକ ପରିବାର ମଧ୍ୟ ରହିଛି । ସେଠାରେ ତାଙ୍କର ପତ୍ନୀ ଏବଂ ପିଲାଛୁଆ ମଧ୍ୟ ରହିଛନ୍ତି । ତାଙ୍କ ସହିତ ଏତେବଡ ଧୋକା ହୋଇଥିବ ଏହା କେବେ କଳ୍ପନା ମଧ୍ୟ କରିପାରିନଥିଲେ ମାରିୟା । ଉଭୟ ମାରିୟା ଏବଂ ଟମ୍‌ ପ୍ରଥମେ ୨୦୦୯ ମସିହାରେ ଦେଖାହୋଇଥିଲେ । ଏହା ପରେ ପ୍ରେମ ସମ୍ପର୍କ ଏବଂ ପରେ ଦୁହଁ ବିବାହ କରିନେଇଥିଲେ । ଦୀର୍ଘ ବର୍ଷ ହେଲା ଏମାନେ ସାଥିହୋଇ ରହୁଥିଲେ । କିନ୍ତୁ କୌଣସି କାରଣ ପାଇଁ ମାରିୟାରଙ୍କର ସନ୍ଦେହ ହୋଇଥିଲା । ଯାହାକୁ ନେଇ ଟମ୍‌ଙ୍କ ପଛରେ ଜାସୁସୀ ଆରମ୍ଭ କରିଦେଇଥିଲେ ମାରିୟା ।

ମାରିୟାଙ୍କର ସନ୍ଦେହ ସେତେବେଳେ ବଢିଥିଲା ଯେତେବେଳେ ସେ ଟମ୍‌ଙ୍କ ମୋବାଇଲରେ ଅନ୍ୟ ଏକ ପରିବାର ସହିତ ତାଙ୍କ ଫଟୋ ଥିବା ଦେଖିବାକୁ ପାଇଲେ । ପରେ ଘଟଣାର ଖୁଲାସା ହୋଇଥିଲା । ଟମ୍‌ଙ୍କ ବିବାହ ୧୯୯୫ ମସିହାରେ ହୋଇଥିଲା ଏବଂ ତାଙ୍କର ୨୩ ବର୍ଷର ଏକ ଝିଅ ମଧ୍ୟ ରହିଛି । କିନ୍ତୁ ଏ ସବୁ ଘଟଣା ସେ ମାରିୟାଙ୍କୁ ଲୁଚାଇଥିଲେ ଏବଂ ୨୦୦୯ ମସିହାରେ ବିବାହ କରିଥିଲେ । ଘଟଣା ବାବଦରେ ସ୍ପଷ୍ଟ ହେବା ପରେ ଆଇନର ଆଶ୍ରୟ ନେଇଥିଲେ ମାରିୟା । ପୋଲିସ ଟମ୍‌ଙ୍କୁ ଗିରଫ କରିଥିବା ଜଣାପଡିଛି

Leave A Reply

Your email address will not be published.