୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

0

ସମ୍ବଲପୁର : ପୋଲିସକୁ ବଡ ସଫଳତା । ନକଲି ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାଶ । ସମ୍ବଲପୁର ପୋଲିସ ଦ୍ୱାରା ଏହି ରାକେଟର ପର୍ଦ୍ଦାଫାଶ । ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିଛି ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଦୀର୍ଘ ଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍‌ କାରବାର ସୂଚନା ପାଇଥିଲା ପୋଲିସ । ଏହାପରେ ପୋଲିସ ଆଜି ଚଢାଉ କରିଥିଲା । ଏହି ଚଢାଉରେ ସମ୍ବଲପୁରରେ ବଡ ଧରଣର ନକଲି ନୋଟ ରାକେଟର ପର୍ଦାଫାଶ । ଏହି ଚଢାଉରେ ୧୩ ଲକ୍ଷ ୮୫ ହଜାର ଟଙ୍କାର ନକଲି ନୋଟ ଜବତ କରିଛି ସମ୍ବଲପୁର ପୋଲିସ । ତେବେ ଏହି ଘଟଣାରେେ ବରଗଡ ଓ ଛତିଶଗଡର ୬ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ ଛପାଯାଉଥିବା ମେସିନ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡର ଭଟଲି ଗୋପାଲପୁରର ସାଗର ସାହା, ଅଶୋକ ସାହୁ, ବରଗଡ ଅମ୍ବାଭୋନାର ଶିବ ଶଙ୍କର ବନିଆ, ଅମ୍ବାଭୋନା କାଶିପାଲିର ଗୁଣନିଧି ଭୋଇ, ଛତିଶଗଡ ରାୟଗଡ କୋଶିରର ସତ୍ୟନାରାୟଣ ନିରାଲୀ, ଅଭିରାମ ଝାଙ୍ଗଡେ । ତେବେ ଏହାର ଲିଙ୍କ ଅନ୍ତରାଜ୍ୟ ରହିଥିଲା ।

ସେହିପରି ଛତିଶଗ଼ଡ଼ ରାୟଗଡରେ ନକଲି ନୋଟ୍ ଛପା ହେଉଥିବା ବେଳେ ବରଗଡ ଅଭିଯୁକ୍ତମାନେ ଲକ୍ଷେ ଟଙ୍କାର ନକଲି ନୋଟକୁ ୧୫ ହଜାରରୁ ୨୦ ହଜାରରେ କିଣି ଓଡିଶାରେ ମାର୍କେଟରେ ପ୍ରଚଳିତ କରୁଥିଲେ । ଏମାନେ ଓଡିଶାର ବିଭିନ୍ନ ମାର୍କେଟ ବୁଲି କିଛି ସାମଗ୍ରୀ କିଣି ବାକି ପଇସାକୁ ଖୁଚୁରା ଆକାରରେ ନେଉଥିଲେ ।  ଏହି ଜବତ ୧୩ଲକ୍ଷ ମଧ୍ୟରେ ୮୫ ହଜାର ମଧ୍ୟରେ ୬୦୦ଟି ୨ହଜାର ଟଙ୍କିଆ ନୋଟ , ୩୬୦ଟି ୫୦୦ ଟଙ୍କିଆ ନୋଟ , ୪୪ଟି  ୧୦୦ ଟଙ୍କିଆ ନୋଟ ଓ ଗୋଟିଏ ୨୦୦ ଟଙ୍କିଆ ନୋଟ ରହିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଏସ୍‌ପି । ଏମାନଙ୍କଠାରୁ ଗୋଟିଏ ମଟର ସାଇକେଲ, ଧଳା ପେପର ବଣ୍ଡଲ, କଟର ମେସିନ, ପ୍ରିଣ୍ଟର ଓ ହ୍ବାଇଟନର୍ ଜବତ ହୋଇଛି ।

Leave A Reply

Your email address will not be published.