୧୫ ଗ୍ରାମର ବ୍ରାଉନସୁଗାର ଜବତ ୫ ଗିରଫ

0

ସୁନ୍ଦରଗଡ଼ : ବେଧଡ଼କ ଚାଲିଥିଲା ବ୍ରାଉନସୁଗାର ବେପାର । ପର୍ଦ୍ଦାଫାଶ କଲା ପୋଲିସ । ଚଢାଉ କରି ୧୫ ଗ୍ରାମର ବ୍ରାଉନସୁଗାର ଜବତ ସହ ୫ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ, ବ୍ରାଉନସୁଗାର କାରବାର ନେଇ ପୋଲିସ ନିକଟରେ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହିକ୍ରମରେ ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରୁ ବ୍ରାଉନସୁଗାର ଜବତ । ରାଜଗାଙ୍ଗପୁର ଜାମପାଲି ବାଇପାସରେ ବ୍ରାଉନସୁଗାର କାରବାର କରୁଥିବା ୫ ଜଣ ଯୁବକକୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫୧ ହଜାର ୨୧୦ ଟଙ୍କା, ୪ ଟି ମୋବାଇଲ ଫୋନ, ୨ଟି ମଟର ସାଇକେଲ,ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ।

Leave A Reply

Your email address will not be published.