୧୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

0

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରେ ସୁଝୁଛି ସାରା ଓଡିଶା । ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିଅର ହିଟ୍ ୱେଭ ସ୍ଥିତି ଦେଖାଦେବ । ୨ଟି ଜିଲ୍ଲାକୁ ସିଭିଅର ହିଟୱେଭ ଓ ୧୬ ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସିଭିଅର ହିଟୱେଭ ନେଇ ଅନୁଗୋଳ ଓ ବୌଦ୍ଧ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଥିବା ବେଳେ  ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ଅନୁଗୋଳ, ସୋନପୁର, ବଲାଙ୍ଗୀର, କନ୍ଧମାଳ , କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ସମ୍ବଲପୁର, ନୂଆପଡା, ଢେଙ୍କାନାଳ ଜିଲ୍ଲାରେ ହିଟ୍ ୱେଭ ଜାରି ରହିବ ।

ତେବେ ଶୁକ୍ରବାରଠାରୁ ତାପମାତ୍ରା ସାମାନ୍ୟ କମିବ । ୩-୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୨-୫ ତାରିଖରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ଥି ମିଳିବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.