୧୮ ବର୍ଷରୁ କମ୍‌ ବର୍ଗଙ୍କୁ ଅକ୍ଟୋବରରୁ ଭ୍ୟାକସିନ୍‌

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କମୁଛି । ଟିକାକରଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସମ୍ଭାବ୍ୟ ତୃତୀୟ କରୋନା ଲହର ମଧ୍ୟରେ ଟିକାକରଣ ଜୋରଦାର କରିବାକୁ ସରକାର ପ୍ରୟାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଉପଲବ୍ଧ ହୋଇନାହିଁ । ଏଣୁ ତୃତୀୟ ଲହରରେ ଏହି ବର୍ଗ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏଭଳି ସ୍ଥିତିରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭୋଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଏସ୍‌ଆଇଆଇ)ର ମୁଖ୍ୟ ଆଦର ପୁନାୱାଲା ଘୋଷଣା କରିଛନ୍ତି । ଦେଶରେ କୋଭୋଭାକ୍ସର ଜରୁରିକାଳୀନ ବ୍ୟବହାର ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିସାରିଛି ।

୧୨ ବର୍ଷ ବୟସରୁ ଊଦ୍ଧ୍ୱର୍ଙ୍କ ପାଇଁ ଅକ୍ଟୋବରରେ କୋଭୋଭାକ୍ସ ଟିକା ଲଞ୍ଚ ହେବ । ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷରେ ପୁନାୱାଲା ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଛନ୍ତି । ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷରେ ପୁନାୱାଲା ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ
ଆଲୋଚନା କରିଛନ୍ତି । ୧୭ରୁ ଊଦ୍ଧ୍ୱର୍ ଦେଶରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ଅନୁମତି ମିଳିଛି । ଅନ୍ତର୍ଜାତୀୟ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଶୁଭ ଖବର ବୋଲି ସେ କହିଛନ୍ତି ।
ସୂଚନାଥାଉ କି, ଆମେରିକୀୟ କମ୍ପାନି ନୋଭୋଭାକ୍ସ ଶିଶୁମାନଙ୍କ ପାଇଁ କୋଭୋଭାକ୍ସ ଟିକା ବିକଶିତ କରିଛି । ଭାରତରେ କୋଭୋଭାକ୍ସ ଟିକା ଉତ୍ପାଦନ କରିବା ପାଇଁ ସେରମ୍‌ ଇନଷ୍ଟିଚ୍ୟୁଟ ନୋଭୋଭାକ୍ସ ସହ ଚୁକ୍ତି କରିଛି । ବର୍ତ୍ତମାନ ଦେଶରେ କୋଭୋଭାକ୍ସର କ୍ଲିନିକାଲ ପରୀକ୍ଷଣ ଜାରି ରହିଛି । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉତ୍ପାଦନ ହେଉଥିବା କୋଭିସିଲ୍ଡ ଟିକା ଦେଶରେ
ବହୁଳ ଭାବରେ ବ୍ୟବହୃତ ହେଉଛି । ଅକ୍ସଫୋର୍ଡ ୟୁନିଭର୍‌ସିଟି ଏବଂ ଆଷ୍ଟ୍ରାଜେନେକା ମିଳିତ ଭାବେ କୋଭିସିଲ୍ଡ ଟିକା ବିକଶିତ କରିଥିଲେ।

Leave A Reply

Your email address will not be published.