୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଭୃଙ୍ଗିଯୋଡ଼ି ଗାଁରୁ ଜବତ ହୋଇଛି ଗଞ୍ଜେଇ । ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ ।ଗିରଫ ଅଭିଯୁକ୍ତମାନେ ହେଲେ ଭୃଙ୍ଗିଯୋଡି ପଞ୍ଚାୟତରମହୁଲିଙ୍ଗି ଆଗ୍ରାମର ନିଳାମ୍ବର କହଁର, ହୋଇଥିବାବେଳେ କଳଙ୍ଗା ଡି ଗାଲ, ଓ ଥମାସ ଡି ଗାଲକୁ ଦ୍ରୁହା ଗାଁର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଏମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ପୋଲିସ ନିକଟକୁ ଖବର ଆସିଥିଲା । ପୋଲିସ ମିଳିଥିବା ସୂଚନା ଆଧାରରେ ଚଢାଉ କରିଥିଲେ । ଏହି ଚଢାଉରେ ୨କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ଏସବୁ ଗଞ୍ଜେଇକୁ ଚୋରା ଚାଲାଣ କରିବା ଲାଗି ରଖିଥିଲେ ବୋଲି ଫିରିଙ୍ଗିଆ ଥାନା ଅଧିକାରି ସୂଚନା ଦେଇଛନ୍ତି । ପୋଲିସ ୯୮/୨୧ରେ ମାମଲା ରୁଜ୍ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.