ଆଠଗଡ : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡର ନରସିଂହପୁର ରେଞ୍ଜର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ଅଚାନକ ଚଢ଼ାଉ କରି ୧୦୭ ସିପଟ କାଠ ଜବତ କରିଛି ଭିଜିଲାନ୍ସ ଟିମ । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମର ଚଢ଼ାଉରେ ନରସିଂହପୁରର ଏକଡ଼ାଳ ଜଙ୍ଗଲ ଏବଂ ଦେବଭୁଇଁ ଜଙ୍ଗଲରେ ଚଢ଼ାଉ କରି ୧୦୭ ସିପଟର ଶାଳ ଏବଂ ସାଗୁଆନ କାଠ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ବିଜୟ କୁମାର ସେଠୀଙ୍କ ସୂଚନା । ଭିଜିଲାନ୍ସର ରେଡ଼ ପୂର୍ବରୁ କାଠ ମାଫିଆମାନେ ଫେରାର ହୋଇଯିବା ପାଇଁ ସକ୍ଷମ ହୋଇଥିଲେ । ତେବେ ନରସିଂହପୁର ବନାଞ୍ଚଳରେ ବ୍ୟାପକ ଭାବରେ କାଠ ମାଫିଆମାନେ କାଠ ଚୋରି କରି ଜଙ୍ଗଲ କାଟି ସଫା କରି ଦେଉଛନ୍ତି କିନ୍ତୁ ମାଫିଆଙ୍କ ଟେରେପାଉନି ବନ ବିଭାଗ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରିବେଶବିତ୍ ଓ ଅଞ୍ଚଳବାସୀ ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା