୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ । ମାଲକାନିଗିରିରେ ଏକ ସମାବେଶରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଣ୍ଟିବେ ।

ଅଗଷ୍ଟ ୧୫ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍‌ଥ କାର୍ଡ ଆରମ୍ଭ କିରଛି । ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ସରଳୀକରଣ ପ୍ରକ୍ରିୟାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ । ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନରେ ଚିକିତ୍ସା ସୁବିଧା ମିଳିବ । ମାଲକାନଗିରିରୁ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ଗସ୍ତରେ ଯାଇ କାର୍ଡ ବଣ୍ଟନ କରିବେ ବୋଲି ସୂଚନା ମିଳିଛି । କରୋନା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତକୁ ରାଜନୈତିକ ମହଲ ବେଶ୍‌ ଗୁରୁତ୍ୱ ଦେଉଛି ।

Leave A Reply

Your email address will not be published.