୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୫୬ କରୋନା ପଜିଟିଭ୍

0

ଭୁବନେଶ୍ୱର,: ରାଜ୍ୟରେ ସଂକ୍ରମଣ ଆଜି ୩ ହଜାର ଟପିଛି । ସୁସ୍ଥ ସଂଖ୍ୟା ବଢ଼ୁଛି। ଗତକାଲି ତୁଳନାରେ ଏହା ସାମନ୍ୟ ବଢ଼ିଛି । ଏବେ ପ୍ରତ୍ୟେକ ୧୦୦ ନମୁନାରେ ୫ ଜଣରୁ କମ୍‌ ପଜିଟିଭ୍‌ ହେଉଛନ୍ତି ।ଏପଟେ ଡେଲଟା ପ୍ଲସ୍‌ ଭୂତାଣୁକୁ ନେଇ ଭୟ ଘାରିଲାଣି । ଏହି ନୂଆ ପ୍ରକାର ଷ୍ଟ୍ରେନ୍‌ ହିଁ ତୃତୀୟ ଲହରିକୁ ଡାକି ଆଣିବ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଡେଲଟା ପ୍ଲସ ଷ୍ଟ୍ରେନ୍‌ ଅଧିକ କ୍ଷିପ୍ରଗତିରେ ବ୍ୟାପିବାର ଆଶଙ୍କା ରହିଛି । ଏବେ ଆମ ରାଜ୍ୟରେ ସଂକ୍ରମଣ କମିଛି ସତ ହେଲେ ବିପଦ ଟଳିନି । ଆଗାମୀ ୪/୫ ମାସ ଗୁରୁତ୍ୱପୂର୍ଣ୍ଣ । ସତର୍କ ନହେଲେ, ୪/୫ ମାସ ମଧ୍ୟରେ ପୁଣି ଥରେ ତୃତୀୟ ଲହରି ନିଶ୍ଚୟ ଆସିବ ।ରାଜ୍ୟରେ ୨୦ ଜିଲ୍ଲାରେ ସ୍ଥିତି ସୁଧୁରିଲାଣି । ବଳକା ୧୦ ଜିଲ୍ଲାରୁ ୪ ରେଡ୍‌ ଜୋନ୍‌ରେ ରହିଥିବା ବେଳେ ୬ ଜିଲ୍ଲା ୟେଲୋ ଜୋନ୍‌ରେ ରହିଛି । ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲାରୁ ଖୋର୍ଦ୍ଧାରୁ ସବୁଠୁ ବେଶି ସକ୍ରିୟ ରୋଗୀ ରହିଛନ୍ତି । ଜିଲ୍ଲରେ ଏବେ ୪୭୯୪ ଜଣ ସକ୍ରିୟ ରୋଗୀ ରହିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୮୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୮୬ ହଜାର ୯୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୪ ହଜାର ୨୧୬ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮ ଲକ୍ଷ ୪୮ ହଜାର ୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ କରୋନା ଯୋଗୁଁ ୩୬୭୧ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩୨୮୩୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.