୨୪ କେ.ଜି. ଗଞ୍ଜେଇ ଜବତ

0

ଜଟଣୀ : ଖୋର୍ଦ୍ଧାରୋଡ୍ ରେଳ ସୁରକ୍ଷା ବଳ ସ୍ପେଶାଲ୍ ୱିଙ୍ଗ ଟିମ୍ ଅଚାନକ ଚଢ଼ାଉ କରି ବିହାର ବକ୍ସର ଜିଲ୍ଲାରୁ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୪ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଗିରଫ ୩ ଜଣ ହେଲେ ଶିବାଜୀ ଯାଦବ, ଚନ୍ଦ୍ରଶେଖର କୁମାର ଓ ମନ୍ଦନ କୁମାର । ସେମାନଙ୍କ ନିକଟରୁ ନଗଦ ୪୫ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ ହୋଇଛି । ଏହି ଚଢ଼ାଉ ଆସିଷ୍ଟାଣ୍ଟ କମିସନର ସଞ୍ଜୟ କୁମାର ସିଂଙ୍କ ଉପସ୍ଥିତିରେ କରାଯାଇଥିବା ସୂଚନା ମିଳିଛି । ଏଥିରେ ଅନ୍ୟ କାହାର ସଂପୃକ୍ତି ଥିବା ନେଇ ମଧ୍ୟ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.