ନୂଆଦିଲ୍ଲୀ,: କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏଗଜାମ୍ (CISCE) ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ତାରିଖ ଘୋଷଣା କରିଛି। ଦଶମ ଓ ଦ୍ବାଦଶ ଶ୍ରେଣୀର ରେଜଲ୍ଟ ଏକାଠି ୨୪ ତାରିଖ ମଧ୍ୟାହ୍ନ ୩ଟା ବେଳେ ପ୍ରକାଶ ପାଇବ। ରେଜଲ୍ଟ (CISCE ICSE, ISC Result 2021)ବୋର୍ଡର ଅଫିସିଆଲ ଓ୍ବେବସାଇଟ୍ cisce.org ରେ ଉପଲବ୍ଧ ହେବ। ଏହାକୁ ପରିଷଦର କ୍ୟାରିୟର ପୋର୍ଟାଲ ଓ ଏସଏମଏସ୍ ମାଧ୍ୟମରେ ମଧ୍ୟ ଦେଖିପାରିବେ।
ଉଲ୍ଳେଖନୀୟ ଯେ, କରୋନା ମାମଲା କାରଣରୁ CISCE ର ICSE ଓ ISC ର ଦ୍ବାଦଶ ବୋର୍ଡ ପରୀକ୍ଷା ରଦ୍ଦ କରାଯାଇଥିଲା, କିନ୍ତୁ ଏବେ ରେଜଲ୍ଟ ପ୍ରକାଶ ପାଇବ। ବୋର୍ଡ ଇଣ୍ଟରନାଲ ଆସେସମେଣ୍ଟ ପଲିସି ଆଧାରରେ ICSE ଓ ISC ରେଜଲ୍ଟ ୨୦୨୧ର ପ୍ରସ୍ତୁତ କରିଛି। ଏଥିପାଇଁ ନବମ ଓ ୧୦ ଇଣ୍ଟରନାଲ ପରୀକ୍ଷାରେ ପାଇଥିବା ମାର୍କ ଓ ଆଇଏସ୍ସି ରେଜଲ୍ଟ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଇଣ୍ଟରନାଲ ଆଧାରରେ ରେଜଲ୍ଟ ଧାର୍ଯ୍ୟ କରାଯିବ। ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଛାତ୍ର ବୋର୍ଡ ପରୀକ୍ଷା ପାଇଁ ରେଜିଷ୍ଟେ୍ରସନ୍ କରିଥିଲେ।