୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

କଟକ : କଟକ ଜଗତପୁର ଥାନା ପୋଲିସକୁ ବଡ ସଫଳତା। ଜଗତପୁର ଅଞ୍ଚଳରେ ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି କଟକ ଡିସିପି।

ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ସୁଧରୀ କୁମାର ମହାନ୍ତି ଓ ବିକ୍ରମ ସାମଲ। ଗିରଫ ସୁଧରୀଙ୍କ ନାରେ ଆଗରୁ ନିଶା କାରବାର ନେଇ ମାମଲା ରହିଛି। ତେବେ ଅଭିଯୁକ୍ତ ଦୁଇ ଜଣ ବିଭିନ୍ନ ଜିଲ୍ଲାରୁ ଧଳା ଜହର ଆଣି ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା କହିଛନ୍ତି କଟକ ଡିସିପି ପ୍ରତିକ ସିଂ।

Leave A Reply

Your email address will not be published.