୩ ବର୍ଷର ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ

0

ଅନଗୁଳ, : ଅନଗୁଳ ଜିଲ୍ଲା ଛେଣ୍ଡିପଦା ଶିମିଳିପାଳ ଗାଁରେ ଅଘଟଣ। କୂଅରେ ପଡି ଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର କରିବାକୁ ଯାଇ ଗ୍ରାମର ଜଣେ ଯୁବକ ମୃତ। ହେଲେ ଶିଶୁଟି ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛି।

 

ଶିମିଳିପାଳ ଗାଁର ଶିବ ପ୍ରଧାନଙ୍କ ୩ ବର୍ଷର ଶିଶୁ ଖେଳୁଥିବା ସମୟରେ କୂଅରେ ପଡିଯାଇଥିଲା। ଏହି ସମୟରେ ତୁରନ୍ତ ସେହି ଗାଁର ୩ ଜଣ ବ୍ୟକ୍ତି ପ୍ରଦୀପ ପ୍ରଧାନ, ଶୁକ୍ରୁ ପ୍ରଧାନ ଏବଂ ଦୀପକ ପ୍ରଧାନ ଶିଶୁଟିକୁ ଉଦ୍ଧାର କରିବା ପାଇଁ କୂଅରେ ପଶିଥିଲେ। କିନ୍ତୁ ପ୍ରଦୀପ ଆଉ ବାହାରି ପାରି ନ ଥିଲା। କୂଅ ଭିତରେ ପ୍ରଦୀପଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହକୁ ଦମକଳ ବାହିନୀ ଉଦ୍ଧାର କରିଛନ୍ତି। ହେଲେ ଶିଶୁଟି ସୁରକ୍ଷିତ ଉଦ୍ଧାର ହୋଇଛି। ତେବେ ପ୍ରଦୀପ ପ୍ରଧାନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.