ନୂଆଦିଲ୍ଲୀ : ଆଉ ମାତ୍ର ୭୯ ବର୍ଷ ଅର୍ଥାତ ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପ୍ରାୟ ୩ ଫୁଟ୍ ପାଣିରେ ବୁଡିଯିବ। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟୁଛି। ଏହାରି ପ୍ରଭାବରେ ମୁମ୍ବାଇ, ଚେନ୍ନାଇ, କୋଚି ପରି ଅନେକ ସହରରକୁ ପାଣି ମାଡି ଆସିବ। ଏଥିରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। କାରଣ କୌଣସି ବି ତଟୀୟ ଅଞ୍ଚଳରେ ତିନି ଫୁଟ୍ ଉଚ୍ଚର ପାଣି ଆସିବାର ଅର୍ଥ ବହୁତ ବଡ ଭୂଭାଗ ଧ୍ଵଂସ ପାଇଯିବ। ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ସି ଲେବଲ ପ୍ରୋଜେକ୍ସନ ଟୁଲ୍ରେ ଏହାର ଖୁଲାସା କରିଛି। ନାସାର ରିପୋର୍ଟ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ଦୁନିଆ ପ୍ରଚଣ୍ଡ ଖରାରେ କଲବଲ୍ ହେବ। ଅଙ୍ଗାରକାମ୍ଳ ନିର୍ଗତ ଓ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରାନଗଲେ ତାପମାତ୍ରା ହାରାହାରି ୪.୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଆଗାମୀ ଦୁଇ ଦଶନ୍ଧିରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିବ। ଏତେ ମାତ୍ରାରେ ତାପମାତ୍ରା ବଢିବାର ଅର୍ଥ ଗ୍ଲାସିୟର ତରଳିବା ସ୍ଵାଭାବିକ ଏବଂ ଏହା ହିଁ ସମୁଦ୍ର ଓ ସ୍ଥଳଭାଗରେ ତାଣ୍ଡବଲୀଳା ମଚାଇବ। ନାସାର ପ୍ରୋଜେକ୍ସନ ଟୁଲ୍ରେ ସମଗ୍ର ଦୁନିଆର ନକ୍ସା ପ୍ରସ୍ତୁତ କରାଯାଇ ଦର୍ଶାଯାଇଛି ଯେ, କେଉଁ ବର୍ଷ ଦୁନିଆର କେଉଁ ଅଞ୍ଚଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟିବ। ଆଇପିସିସି ପ୍ରତି ୫ ରୁ ୭ ବର୍ଷରେ ସମଗ୍ର ଦୁନିଆର ପାଣିପାଗର ରିପୋର୍ଟ ଦେଇଥାଏ। ଏଥର ମିଳିଥିବା ରିପୋର୍ଟ ବହୁତ ଭୟାବହ ରହିଛି। ପ୍ରଥମ ଥର ନାସା ପୂରା ଦୁନିଆରେ ଆଗାମୀ କିଛି ଦଶନ୍ଧିରେ ବଢିବାକୁ ଥିବା ଜଳସ୍ତର ମାପିବା ପାଇଁ ଏକ ନୂତନ ଟୁଲ୍ ପ୍ରସ୍ତୁତ କରିଛି। ଏହି ଟୁଲ୍ ଦୁନିଆର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରର ଜଳସ୍ତର ମାପି ପାରିବ।୨୧୦୦ ମସିହା ସୁଦ୍ଧା ଭାରତର ୧୨ ସହର ପାଖାପାଖି ଅଢେଇ ଫୁଟ୍ ସମୁଦ୍ର ଜଳରେ ଲୀନ ହୋଇଯିବ। କାରଣ ସେତେବେଳକୁ ଏତେ ଗରମ ବଢି ଯାଇଥିବ ଯେ, ଗ୍ଲାସିୟର ତରଳିବ ଏବଂ ଜଳସ୍ତର ବୃଦ୍ଧି ଘଟିବ। ସବୁଠୁ ଅଧିକ ଯେଉଁ ସହର ପ୍ରତି ଅଧିକ ବିପଦ ରହିଛି, ସେ ହେଉଛି ଭାବନଗର। ଏଠାରେ ୨୧୦୦ ମସିହା ବେଳକୁ ସମୁଦ୍ରର ଜଳସ୍ତର ୨୧.୬୯ ଫୁଟ୍ ବୃଦ୍ଧି ଘଟିବ, ଯାହା ଗତ ବର୍ଷ ସୁଦ୍ଧା ୩.୫୪ ଇଞ୍ଚ ଉପରକୁ ଉଠିଥିଲା। କୋଚିରେ ସମୁଦ୍ରର ଜଳସ୍ତର ୨.୩୨ ଫୁଟ୍ ଉଚ୍ଚକୁ ଉଠିବ, ଯାହା ଗତ ବର୍ଷ ସୁଦ୍ଧା ୨.୩୬ ଇଞ୍ଚ ବୃଦ୍ଧି ଘଟିଥିଲା। ମୋରଗୁମାଓରେ ସମୁଦ୍ରର ଜଳସ୍ତର ୨.୦୬ ଫୁଟ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ, ଯାହା ଗତ ବର୍ଷ ସୁଦ୍ଧା ୧.୯୬ ଇଞ୍ଚ ଜଳସ୍ତର ଉପରକୁ ଉଠିଥିଲା। ଏହା ପରେ ଯେଉଁ ସହର ପ୍ରତି ଅଧିକ ବିପଦ ରହିଛି, ତାହା ହେଉଛି, ଓଖା(୧.୯୬ ଫୁଟ୍), ଟୁଟିକୋରିନ(୧.୯୩ ଫୁଟ୍), ମୁମ୍ବାଇ(୧.୯୦ ଫୁଟ୍), ମାଙ୍ଗାଲୋର(୧.୮୭ ଫୁଟ୍), ଚେନ୍ନାଇ(୧.୮୭ ଫୁଟ୍) ଓ ବିଶାଖାପାଟଣା(୧.୭୭ ଫୁଟ୍)। ଅନ୍ୟପଟେ ପଶ୍ଚିମବଙ୍ଗର କିଡରୋପୋର ଅଞ୍ଚଳ ଯେଉଁଠି ଗତ ବର୍ଷ ସୁଦ୍ଧା ସମୁଦ୍ର ଜଳସ୍ତର ବଢିବାର କୌଣସି ବିପଦ ଅନୁଭୂତ ହୋଇନଥିଲା, ସେଠାରେ ମଧ୍ୟ ୨୧୦୦ ମସିହା ସୁଦ୍ଧା ସମୁଦ୍ର ଜଳସ୍ତର ଅଧା ଫୁଟ ବଢିବ। ସବୁଠୁ ବଡ ଚିନ୍ତାର କାରଣ ଏହି ସବୁ ଉପକୂଳବର୍ତ୍ତୀ ସହରର ଅନେକ ସ୍ଥାନରେ ଦେଶର ପ୍ରମୁଖ ବନ୍ଦର ରହିଛି। ସେଠାରେ କାରବାରର କେନ୍ଦ୍ର ରହିଛି। ମାଛ ବ୍ୟବସାୟ ଓ ତେଲ କାରବାର ପ୍ରଚୁର ମାତ୍ରାରେ ହୋଇଥାଏ। ସମୁଦ୍ର ଜଳସ୍ତର ବୃଦ୍ଧି ଘଟିଲେ ଆର୍ଥିକ ବ୍ୟବସ୍ଥାକୁ ଶକ୍ତ ଧକ୍କା ଲାଗିବ। ଆଗାମୀ ୧୦ ବର୍ଷରେ ଏହି ୧୨ ସହରରେ ସମୁଦ୍ର ଜଳସ୍ତର କେତେ ବଢିବ ତାହାର ଅନୁମାନ ସହଜରେ ଲଗାଯାଇ ପାରିବ। କାଣ୍ଡଲା, ଓଖା ଓ ମୋରଗୁମାଓରେ ୩.୫୪ ଇଞ୍ଚ, ଭାବନଗରରେ ୬.୨୯ ଇଞ୍ଚ, ମୁମ୍ବାଇରେ ୩.୧୩ ଇଞ୍ଚ, ଟୁଟିକୋରିନ, ପାରାଦ୍ଵୀପ ଓ ମାଙ୍ଗାଲୋରରେ ୨.୭୫ ଇଞ୍ଚ ଓ ବିଶାଖାପାଟଣାରେ ୨.୩୬ ଇଞ୍ଚ ସମୁଦ୍ର ଜଳସ୍ତର ବଢିପାରେ। କିଡରପୋରରେ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ବିପଦ ନାହିଁ। ମାତ୍ର ଭବିଷ୍ୟତରେ ବଢୁଥିବା ଜଳସ୍ତରର ବିପଦ ଏହି ତଟୀୟ ସହରକୁ ମଧ୍ୟ ଉଠାଇବାକୁ ପଡିବ।
ତାଜା ଖବର
- Copine avance obese ensuite salope en francais escort aurait obtient distance cette embrasse en surfant sur douai
- Your own guide to Earnings-Contingent Installment Package (ICR)
- Taimi: incontri verso lesbiche facili e sicuri
- Is Google Assistant the smart assistant for you?
- Step three: Conserve to own a downpayment
- Con l’applicazione Badoo verso dispositivi arredamento, i servizi del abile sito di incontri sinon trasferiscono riguardo a smartphone ancora tablet
- A Solution for Remote Control From iPads and iPhones
- The dating reached its boiling-point in the “The brand new Hobbit” immediately after Butters refuted Wendy’s buddy, Lisa Berger, because of the calling the woman “fat”
- Understanding the Dynamics of Texting in Relationships
- Meet a community Connection on the Proper Ecosystem