୩୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟରେ ରୋକ୍ ଲଗାଇଲା ହ୍ବାଟ୍ସଆପ୍ ଆପ୍

0

ନୂଆଦିଲ୍ଲୀ : ମୋଷ୍ଟ ପପୁଲାର ମେସେଞ୍ଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ ପ୍ରାୟତଃ ସଭିଏଁ ବ୍ୟବହାର କରନ୍ତି । ମେସେଜ୍ ହେଉ କିମ୍ବା କିଛି ଫଟୋ ଯେକୌଣସି ଜିନିଷ ସେୟାର କରିବାର ସହଜ ବିକଳ୍ପ ମାଧ୍ୟମ ହ୍ବାଟ୍ସଆପ୍ । ହେଲେ ଏହି ମେସେଜ୍ ଆଦାନ ପ୍ରଦାନ ଆପ୍ ହ୍ବାଟ୍ସଆପ ୩୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ରୋକ ଲଗାଇଛି । ଗତ ୧୬ ଜୁନରୁ ୩୧ ଜୁଲାଇ ମଧ୍ୟରେ କମ୍ପାନୀ ୫୯୪ ଅଭିଯୋଗ ହୋଇଥିବା ରିପୋର୍ଟ ମିଳିଥିଲା । ଏହା ଉପରେ ଯାଞ୍ଚ କରୁଥିବା ନେଇ ପଦକ୍ଷେପ ଉଠାଇଥିଲେ । ଏନେଇ ହ୍ୱାଟ୍ସଆପ୍ ଆପ୍ ଅନୁପାଳନ ରିପୋର୍ଟ ଅନୁସାରେ ସୂଚନା ଦିଆଯାଇଛି ।

ତେବେ ସୂଚନା ଅନୁଯାୟୀ ରିପୋର୍ଟରେ ହ୍ବାଟ୍ସଆପ୍ ଆପ୍ କହିଛି କି ୧୬ ଜୁନ୍ ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୩,୦୨୭,୦୦୦ ଭାରତୀୟ ଆକାଉଣ୍ଟ ଉପରେ ରୋକ ଲଗାଯାଇଛି । ହ୍ବାଟଆପ୍ ଏହା ପୂର୍ବରୁ କୁହାଯାଇଛି କି ଯେଉଁ ଆକାଉଣ୍ଟରେ ରୋକ୍ ଲଗା ଯାଇଛି ସେହି ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ଆକାଉଣ୍ଟ ଅବ୍ୟବହୃତ କରୁଥିବା ନେଇ ରୋକ ଲଗା ଯାଇଛି । କାହିଁକି ନା ସାଧାରଣ ଭାବେ ବ୍ୟବାହର କରିବା ବଦଳରେ ଅନେକ କାରଣରୁ ଅଯଥା ବ୍ୟବହାର କରାଯାଉଛି । ଏହା ବ୍ୟତୀତ ବୈଷୟିକ କ୍ଷେତ୍ର ମଧ୍ୟ ହ୍ବାଟ୍ସଆପର ଅପବ୍ୟବହାର କରାଯାଉଛି । ଏହି କାରଣରୁ ପ୍ରତ୍ୟେକ ମାସରେ ୮୦ ଲକ୍ଷ ଆକାଉଣ୍ଟକୁ ରୋକ ଲଗାଯାଇଛି ।

Leave A Reply

Your email address will not be published.