ପାଟଣା, : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାର ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଅବକାରୀ ଅଧିକାରୀ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଚଢ଼ାଉ ସମୟରେ ୩୫ ଲିଟର ଚୋରା ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ମୂଷାପଡା ଗ୍ରାମର ଶିବ ମୁଣ୍ଡାଙ୍କ ଠାରୁ ୨୦ଲିଟର, ମାଧପୁର ଗ୍ରାମର ବୈଷ୍ଣବ ଲୋହାରଙ୍କ ଠାରୁ ୮ଲିଟର, ଅଙ୍କୁରା ଗ୍ରାମର ଶିରିଶ୍ ପାତ୍ରଙ୍କ ଠାରୁ ୭ଲିଟର ମହୁଲି ମଦ ଜବତ ହୋଇଛି । ଏହି ଚଢ଼ାଉରେ ଅବିକାରୀ ବିଭାଗ ପକ୍ଷରୁ ଦିଲ୍ଲୀପ କୁମାର ତାଣ୍ଡି, ଜଗନ୍ନାଥ ଭୀତିରୀଆ, ଚନ୍ଦ୍ରମା କେଶରୀ ସାମଲ, ପ୍ରମୁଖ ସାମଲ ଥିଲେ ।