ରାଉରକେଲା : ରାଉରକେଲାର ଏକ ସୁନା ଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ୍ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଅନ୍ୟ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଡକାୟତଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ୬ଟି ଗୁଳି ସହ ଡକାୟତି ଲାଗି ବ୍ୟବହୃତ ହେବାକୁ ଥିବା ଏକ କାର୍ ସହ ଅନେକ ମାରଣାସ୍ତ୍ର ଜବତ କରିଛି ।ରାଉରକେଲା ସହରର ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ ନିକଟରେ ଥିବା ଏକ ସୁନା ଦୋକାନରେ ଡକାୟତି କରିବାକୁ ୫ ଜଣ ଡକାୟତ ଗୋପବନ୍ଧୁପାଲି ନିକଟରେ ଯୋଜନା କରୁଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ମାଡି ବସିଥିଲା । ହେଲେ ଜଣେ ଡକାୟତ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଧରା ପଡିଥିବା ୪ ଡକାୟତଙ୍କୁ ଗିରଫ କରିବା ସହ ଫେରାର ଡକାୟତଙ୍କୁ ପୋଲିସ ଖୋଜୁଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା