୪୦ ଡିଗ୍ରୀ ଉପରେ ୧୬ ସହର, ୨୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

0

ଭୁବନେଶ୍ଵର : ତତଲା ଖଇରେ ଫୁଟୁଛି ସାରା ଓଡିଶା। ପ୍ରବଳ ଗ୍ରୀଷ୍ମରେ ଡହଳ ବିକଳ ରାଜ୍ୟବାସୀ। ମାର୍ଚ୍ଚ ମାସ ନସରୁଣୁ ଅସହ୍ୟ ତାତିରେ ଲୋକେ ହେଲେଣି କଲବଲ୍। ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ତାପମାତ୍ରାରେ ଲୋକେ ଆଉଟପାଉଟ୍। ମଙ୍ଗଳବାର ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୬ଟି ସହର ରହିଛି। ଗତକାଲି ଟିଟିଲାଗଡ ଉତ୍ତପ୍ତ ସହର ଥିବା ବେଳେ ଆଜି ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତାଳଚେରରେ ୪୨.୭ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ବଲାଙ୍ଗୀରରେ ୪୨.୨ ଡିଗ୍ରୀ, ଟିଟିଲାଗଡରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୪୧.୮, ବାଲେଶ୍ଵରରେ ୪୧.୪, ହୀରାକୁଦରେ ୪୧.୪, ମାଲକାନଗିରିରେ ୪୧, ଭବାନୀପାଟଣାରେ ୪୧,  କଟକରେ ୪୦.୫ ଏବଂ ଭୁବନେଶ୍ଵରରେ ୩୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  ଆସନ୍ତାକାଲି ୪୮ ଘଣ୍ଟା ଭିତରେ ତାପମାତ୍ରା ୨ ଡିଗ୍ରୀ ଅଧିକ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ତାରିଖ ଯାଏଁ ରାଜ୍ୟର ୨୦ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା,  ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ, ଅନୁଗୁଳ, ଢେଙ୍କାନାଳ,  କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲାର  ଜିଲ୍ଲାପାଳଙ୍କୁ ହିଟ୍‌ ଓ୍ଵେଭ୍‌ ନେଇ ସତର୍କ କରାଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଆବଶ୍ୟକୀୟ ପଦକ୍ଷେପ ନେବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.