୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

ଭୁବନେଶ୍ବର: ଧଳା ଜହରର ହବ୍ ପାଲଟିଛି ରାଜଧାନୀ । ଭୁବନେଶ୍ବରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ଭରତପୁର ଅଞ୍ଚଳରେ ଚଢାଉ କରି ପୋଲିସ ଟିମ୍ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

 

ଅନ୍ୟପଟେ ସୋମବାର ୨ କେଜି ୪୦୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଏହି ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ବେପାରୀ ଗିରଫ ହୋଇଛନ୍ତି । ଜଳେଶ୍ବରର ମମତାଜ୍‌ ଖାନ୍‌, ଜଗତସିଂହପୁରର ଉଦୟନାଥ ରଥ, କଟକ ୪୨ ମୌଜାର ପ୍ରଦୀପ ଦାସ ଗିରଫ ହୋଇଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ୪ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.