୫୦ କେଜିରୁ ଅଧିକ ଚନ୍ଦନ କାଠ ଜବତ

0

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନର ମାଛଗଡ଼ ସାହାରପଡା ରାସ୍ତାର ଭାଲିଆଡିହା ନିକଟରୁ ବନ ବିଭାଗ ଏକ ଅଟୋରୁ ୫୦ କେଜି ଚନ୍ଦନ କାଠ ଜବତ କରିବା ସହ ଅଟୋକୁ ଜବତ କରି ଅଟୋ ଡ୍ରାଇଭରକୁ ଅଟକ ରଖିଛି । ଅଟକ ଅଟୋ ଡ୍ରାଇଭର ହେଲେ ମୟୁରଭଞ୍ଜ ଜିଲ୍ଲା ବଡଦେଉଳି ଗ୍ରାମର ଟିକେଶ୍ବର ମହାକୁଡ଼ । ତାଙ୍କ ବୟସ ୨୮ ବର୍ଷ । ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଓଡି୦୯ଇ୫୫୦୮ ନମ୍ବର ବିଶିଷ୍ଟ ଏକ ଅଟୋ ଚନ୍ଦନ କାଠ ନେଇ ସାହାରପଡା ଆଡ଼କୁ ଆସୁଥିବା ସମୟରେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ାଉ କରି ଜବତ କରିଛି। ଏହି ଚଢ଼ାଉରେ ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ, ସାହାରପଡା ବନପାଳ ମୋହିନୀ ମହାନ୍ତ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.