୫୬ ରନରେ ଆଉଟ୍‌ ହେଲେ ବିରାଟ

0

ପୁଣେ: ପୁଣେରେ ଚାଲିଛି ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍। ଇଂଲଣ୍ଡ ଦଳ ଟସ୍‌ ଜିତି ବିରାଟ ବାହିନୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ଫଳରେ ଟିମ୍‌ ଇଣ୍ଡିଆ ପକ୍ଷରୁ ରୋହିତ-ଧାଓ୍ବନ ଯୋଡ଼ି ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲ।

ରୋହିତ-ଧାଓ୍ବନ ଯୋଡ଼ି ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଦଳୀୟ ସ୍କୋର ୬୪ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା। ରୋହିତ ଶର୍ମା ୨୮ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଏହାପରେ ମଇଦାନକୁ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ବିରାଟ ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦମଦାର ଫର୍ମରେ ଥିବା ବିରାଟ ୫୬ ରନ୍‌ କରି ମାର୍କ ଉଡଙ୍କ ବଲରେ ଆଉଟ୍‌ ହୋଇଥିଲେ।

ବିରାଟ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଦକ୍ଷିଣ ଆଫ୍ରିକାର କ୍ୟାକ୍‌ କ୍ୟାଲିସଙ୍କୁ ପଛରେ ପକାଇଛନ୍ତି। ଦିନିକିଆ କ୍ରିକେଟରେ ସବୁଠୁ ଅଧିକା ଅର୍ଦ୍ଧଶତକ ରେକର୍ଡ ସଚିନଙ୍କ ନାମରେ ଥିବାବେଳେ ଏବେ ଏହି ମାମଲାରେ ବିରାଟ କ୍ୟାଲିସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ପହଁଞ୍ଚିଛନ୍ତି।

ବିରାଟ ଦିନିକିଆ କ୍ରିକେଟରେ ୧୦୪ଥର ୫୦+ ଇନିଂସ୍‌ ଖେଳିଛନ୍ତି। ବିରାଟଙ୍କ ପଛରେ ଜ୍ୟାକ୍‌ କାଲିସ୍‌ ଅଛନ୍ତି। ସେ ଦିନିକିଆ କ୍ରିକେଟରେ ୧୦୩ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି। ବିରାଟଙ୍କ ନାମରେ ଏପର୍ଯ୍ୟନ୍ତ ୪୩ ଶତକ ଓ ୬୧ ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି।

Leave A Reply

Your email address will not be published.