୬ କ୍ବିଣ୍ଟାଲର ଗଞ୍ଜେଇ ଜବତ

0

ମୋହନା : ୬ କ୍ବିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଜପତି ଜିଲ୍ଲା ମୋହନା ଜରଉ ଘାଟି ନିକଟରୁ ଜବତ ହୋଇଛି ।

ଖବର ଅନୁଯାୟୀ, ମୋହନା ପୋଲିସର ପାଟ୍ରୋଲିଂ ସମୟରେ ଜରଉ ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହାସହିତ ଏକ ମିନି ଟ୍ରକକୁ ମଧ୍ୟ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୪୦ଲକ୍ଷ ଟଙ୍କ ହେବ ବୋଲି ଅନୁମାନ କରାଯାଉଛି । ତେବେ ଚଢାଉ ସମୟରେ ଗଞ୍ଜେଇ ମାଫିଆ ଚମ୍ପଟ ମାରିବାରେ ସଫଳ ହୋଇଛି ।

Leave A Reply

Your email address will not be published.