ସୋଲାପୁର- ଦେଶରେ କରୋନା ମାମଲା ହ୍ରାସ ପାଇବା ଭିତରେ ଅନେକ ରାଜ୍ୟରେ ସ୍କୁଲ୍ ଗୁଡ଼ିକ ପୁଣି ଖୋଲିଛି ବା ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । କିନ୍ତୁ ଏହି ଭିତରେ ମହାରାଷ୍ଟ୍ରର ସୋଲାପୁରରେ ସ୍କୁଲ୍ ପୁଣି ଖୋଲା ଯିବା ପରେ ୬୧୩ଜଣ ପିଲା କରୋନା ସଂକ୍ରମିତ ହୋଇ ଯାଇଛନ୍ତି । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।
କରୋନା ସଙ୍କଟ ମଧ୍ୟରେ ମହାରାଷ୍ଟ୍ର କ୍ୟାବନେଟ୍ ଆସନ୍ତାକାଲି ଗୁରୁବାର ଏକ ବୈଠକରେ ରାଜ୍ୟର ଘରୋଇ ସ୍କୁଲ୍ ଫିସ୍ରେ ୧୫ ପ୍ରତିଶତ ରିହାତିକୁ ମଞ୍ଜୁରୀ ଦେଇ ସାରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜ୍ ଗୁଡ଼ିକରେ ବି ଫିସ୍ ଢାଞ୍ଚାର ପାଳନ କରିବାକୁ ନେଇ ସମିତିର ଗଠନ ପୂର୍ବରୁ ହିଁ କରାଯାଇ ସାରିଛି । ରାଜ୍ୟ ସ୍କୁଲ ଫିସ୍ରେ ରିହାତି ପାଇଁ ଅଧ୍ୟାଦେଶର ରାସ୍ତା ଆପଣାଇଛି ।
ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ମହାମାରୀକୁ ଦେଖି ଓ ରାଜସ୍ଥାନ ଭଳି ରାଜ୍ୟରୁ ପ୍ରେରଣା ପାଇଁ ନେଇଛି । ଫିସ୍ରେ ୧୫ ପ୍ରତିଶତ ରିହାତିର ଅଧ୍ୟାଦେଶ ଖୁବ୍ ଶୀଘ୍ର ଜାରି କରାଯିବ