୬୫୦୦ କେଜି ଗଞ୍ଜେଇ ଜବତ , ଦୁଇ ଗିରଫ

0

ସୁନ୍ଦରଗଡ,: ସୁନ୍ଦରଗଡ଼ ଅଞ୍ଚଳରୁ ୧.୫ ମିଲି ଗ୍ରାମ ବ୍ରାଉନ ସୁଗାର ସହ ୬୫୦୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏଥିସହ ଦଶ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ଜଣେ ଯୁବକ ଓ ଜଣେ ଯୁବତୀ କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ଟାଉନ ଅଞ୍ଚଳର ବୋଲି ଏସ ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

 

କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ କିଛି ବ୍ରାଉନସୁଗାର ଜବତ କରାଯାଇଥିବା ବେଳେ ପୋଲିସ ଜଣକୁ ଗିରଫ କରିଥିଲା । ସେହିପରି ଗତ ତିନିଦିନ ପୂର୍ବେ ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ବ୍ରାଉନ ସୁଗାର୍ ସହ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ ପି ସାଗାରିକା ନାଥ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.