୭ ଗାଁକୁ ସଟଡାଉନ୍ କଲା ପ୍ରଶାସନ

0

ମୁମ୍ବାଇ,  : ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଗାଁ କାଟେବାଡିକୁ ୭ ଦିନ ପାଇଁ ସଟଡାଉନ୍ କରାଯାଇଛି । ବାରାମତୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

 

ସୂଚନା ଅନୁସାରେ, ପୁଣେ ଜିଲ୍ଲାରେ କରୋନା ମାମଲା କମିଥିବା ବେଳେ ବାରାମତୀ ଅଞ୍ଚଳରେ କିନ୍ତୁ ସଂକ୍ରମଣ ଥମିବାର ନାଁ ନେଉନାହିଁ । ତେଣୁ ପ୍ରଶାସନ ପକ୍ଷରୁ ହଟସ୍ପଟ୍ ଚିହ୍ନଟ କରାଯାଇ ୭ଟି ଜିଲ୍ଲାକୁ ସଟଡାଉନ୍ କରାଯାଇଛି । କାରଣ ମାରାମତୀ ଅଞ୍ଚଳରେ ଗୋଟିଏ ଦିନରେ ପ୍ରାୟ ୫୦୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ କମିଥିଲା । ଏବେ କିନ୍ତୁ ସଂକ୍ରମଣ ପୁଣି ବଡିବା ଆରମ୍ଭ କରିଛି । ତେଣୁ ବାରାମତୀ ତହସିଲଦାର ଦାଦାସାହେବ କାମ୍ବଲେ ୭ ଗାଁକୁ ସଟଡାଉନ୍ ଘୋଷଣା କରିଛନ୍ତି । ଜୁଲାଇ ୭ ଯାଏଁ ଏହି ସବୁ ଗାଁରେ କଟକଣା ଜାରି ରହିବ ।

 

ସୂଚନାଯୋଗ୍ୟ, ବାରାମତୀରେ ଏବେସୁଦ୍ଧା ୨୫ ହଜାର ୪୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୨୪ ହଜାର ୪୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏବେବି ୯୫୦ରୁ ଅଧିକ ସକ୍ରିୟ କେସ୍ ରହିଛି । ତେଣୁ ସଂକ୍ରମଣର ବିପଦ ଦିନକୁ ଦିନ ବଡିବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଗାଁରେ ପ୍ରଶାସନ ଆମ୍ଟିଜେନ୍ ଟେଷ୍ଟ କରିଥିଲା । ୨୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରଶାସନ ପକ୍ଷରୁ ଗାଁକୁ ୭ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି ।

Leave A Reply

Your email address will not be published.