୭ ଦିନ ପାଇଁ ୧୫ ଲକ୍ଷ ଟିକା ଦେବାକୁ କେନ୍ଦ୍ରକୁ ରାଜ୍ୟର ଦାବି

0

ଭୁବନେଶ୍ଵର : କରୋନା ଟିକା ଅଭାବ। ଆବଶ୍ୟକ ମୁତାବକ କୋଭିଡ ଟିକା ମହଜୁଦ ନଥିବା କାରଣରୁ ବାଧାପ୍ରାପ୍ତ ହେଲାଣି ଟିକାଦାନ କାର୍ଯ୍ୟକ୍ରମ। ସେଥିପାଇଁ ରାଜ୍ୟର ପ୍ରାୟ ୪୦୦ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି । ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ଗଡବଡ ହେବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ମାତ୍ର ୧୧୦୩ କେନ୍ଦ୍ରରେ ଟିକାଦାନ ହେଉଛି । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଭଳି ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟମନ୍ତ୍ରୀ ।

ତଥ୍ୟ ଅନୁସାରେ, ରାଜ୍ୟର ବିଭିନ୍ନ କୋଲ୍ଡ ଚେନ୍ ପଏଣ୍ଟରେ  ମହଜୁଦ ଅଛି ୧ ଲକ୍ଷ ୮୫ ହଜାର ଟିକା । ଗତକାଲି ରାଜ୍ୟକୁ ଆସିଛି ୩ ଲକ୍ଷ ୫୦ ହଜାର ଟିକା । ଅର୍ଥାତ ମୋଟ ୫ ଲକ୍ଷ ୧୫ ହଜାର ଡୋଜ୍ ଅଛି ରାଜ୍ୟପାଖରେ । ଏବେ ଦିନକୁ ହାରାହାରି ୨. ୩ଲକ୍ଷ ଟିକା ଦିଆଯାଉଥିବାରୁ ୨ ଦିନରେ ସରିଯିବ ଷ୍ଟକ୍ ଟିକା ।  ତେଣୁ ତୁରନ୍ତ କେନ୍ଦ୍ରସରକାର ଟିକା ପଠାଇବା ଦରକାର ବୋଲି ରାଜ୍ୟ ସରକାରଙ୍କ ଦାବି କରିଛନ୍ତି। କଥା ଦିନେ କି ୨ ଦିନ ପାଇଁ ଟିକା ମହଜୁଦର ନୁହଁ । ଅଧିକ ସଂଖ୍ୟାରେ ଟିକା ଷ୍ଟକ ନରହିଲେ କୋଲ୍ଡ ଚେନ୍ ପଏଣ୍ଟକୁ ପଠାଇ ଷ୍ଟକ ରଖାଯାଇପାରୁନି । ସେଥିପାଇଁ ଅତି କମରେ ୭ ଦିନ ପାଇଁ ୧୫ ଲକ୍ଷ ଟିକା କେନ୍ଦ୍ର ଦେଉ ବୋଲି ଦାବି କରିଛନ୍ତି ରାଜ୍ୟ ସରକାର । ସେପଟେ ଟିକା ଷ୍ଟକକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହେଲାଣି ।

ଦେଶରେ କୋଭିସିଲଡ୍ ଓ କୋଭାକ୍ସିନ ଟିକା ଭିନ୍ନ ଭିନ୍ନ ଭାଗରେ ଦିଆଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ରାଜ୍ୟ ମାନଙ୍କର ଆବଶ୍ୟକତା ଅନୁଯାୟୀ ଟିକା ପଠାଯାଉଛି । କୌଣସି ରାଜ୍ୟରେ ଟିକା ଅଭାବ ହେବନି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

କୋଭିଡର ସଂକ୍ରମଣ ହାର ଦୃତ ଗତିରେ ବଢୁଥିବା ଦେଖି ସବୁ ରାଜ୍ୟ ଅଧିକ ଟିକା ନିଜ ପାଖରେ ମହଜୁଦ ରଖିବାକୁ ଚାହୁଁଛନ୍ତି । ଫଳରେ ସେମାନେ ଅତିକମରେ ୭ ଦିନ କିମ୍ବା ତାଠୁ ଅଧିକ ଦିନ ପାଇଁ ଟିକା କରଣ ନେଇ ଆଗୁଆ ପ୍ଲାନିଙ୍ଗ କରିପାରିବେ । ସେପଟେ କିନ୍ତୁ କେନ୍ଦ୍ର ସରକାର କେବଳ ରାଜ୍ୟର ଆବଶ୍ୟକ ଅନୁଯାଇ ଶେଷ ମୁହୁର୍ତ୍ତରେ ଟିକା ପଠାଉଥିବାରୁ ରାଜ୍ୟମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଯାହାକି ଏବେ ରାଜନୈତିକ ମୁଦ୍ଦା ହେଲାଣି।

Leave A Reply

Your email address will not be published.