୭ରେ ଆଉ ଏକ ଲଘୁଚାପ

0

ଭୁବନେଶ୍ୱର: ରାଜ୍ୟର ମାତ୍ର ୬ ଜିଲ୍ଲାରେ ହୋଇଛି ସ୍ୱାଭାବିକ ବର୍ଷା । ଅନ୍ୟ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କୋରାପୁଟ, ନୂଆପଡ଼ା, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରରେ ସ୍ୱାଭାବିକ ବର୍ଷା ହୋଇଛି । ଗତ ଜୁନ୍‌ ୧ ତାରିଖରୁ ଅଗଷ୍ଟ ୨୯ ସୁଦ୍ଧା ରାଜ୍ୟରେ ମୋଟ ୬୪୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକଠୁ ୨୯% କମ୍‌ ।

ଯାଜପୁର ଜିଲ୍ଲାରେ ସବୁଠୁ କମ୍‌ ୫୭% ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକରେ ୪୯%, ବଲାଙ୍ଗୀରରେ ୪୫%, ଅନୁଗୁଳରେ ୪୦%, କେନ୍ଦୁଝର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ୩୮%, ବୌଦ୍ଧରେ ୩୭%, ଗଜପତି ଓ କନ୍ଧମାଳରେ ୩୬%, ଦେଓଗଡ଼ରେ ୩୪%, ସୋନପୁରରେ ୩୩%, ନବରଙ୍ଗପୁରରେ ୩୨%, ଢେଙ୍କାନାଳରେ ୨୬%, ମୟୂରଭଞ୍ଜ ଓ ରାୟଗଡ଼ାରେ ୨୬%, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ୨୫%, ନୟାଗଡ଼ରେ ୨୩%, ବାଲେଶ୍ୱରରେ ୨୨% ଓ ପୁରୀରେ ୨୦% ନିଅଣ୍ଟିଆ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଚଳିତ ମାସ ୧୯ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ୨୮.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠୁ ୬୩% ନିଅଣ୍ଟିଆ ବୋଲି କେନ୍ଦ୍ର ସୂଚନା ଦେଇଛି ।

ଅପରପକ୍ଷରେ ଦୁଇଦିନ ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

ସୋମବାର, ମଙ୍ଗଳବାର ରାଜ୍ୟରେ କାଁ ଭାଁ ବର୍ଷା ହେବ ବୋଲି ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ଖରା ପାଗ ରହିବ । ସେପ୍ଟେମ୍ବର ୬ କିମ୍ବା ୭ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ମାତ୍ର ଏହା ମଧ୍ୟ ଦୁର୍ବଳ ରହିବ । ବିଶେଷ ବର୍ଷା ନାହିଁ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରରେ ୯୧ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୭୨, ମୁଣ୍ଡଳିରେ ୬୬, ଜଳାପୁଟରେ ୬୪, କୋରାପୁଟରେ ୬୧, ଆଠଗଡ଼ରେ ୫୨, ଦେଓଗଡ଼ରେ ୪୮, ଜୟପାଟଣାରେ ୪୨, ବାରିପଦାରେ ୩୬, ଭୁବନେଶ୍ୱର, ବାଲେଶ୍ୱର ଓ ବାଲିମୁଣ୍ଡଳିରେ ୩୫ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

Leave A Reply

Your email address will not be published.