୮୦ ରନ୍ କରି କୋହଲି ହାସଲ କଲେ ବଡ ରେକର୍ଡ

0

ଅହମ୍ମଦାବାଦ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ଆକର୍ଷଣୀୟ ଇନିଂସ ଖେଳିଛନ୍ତି । ସେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି୨୦ରେ ୮୦ ରନ୍ କରିଥିଲେ । ଏହି ଇନିଂସ ବଳରେ ଭାରତ ଇଂଲଣ୍ଡକୁ ୨୨୫ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ପାଳିରେ ସେ ଅନେକ ଖାସ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

କୋହଲି ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି । ଏହାସହ ସେ ଅଧିନାୟକ ଭାବେ ଟି୨୦ରେ ସବୁଠାରୁ ଅଧିକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଓପନିଂ କରିଥିବା କୋହଲି ଏହି ପାଳିରେ ୫୨ ବଲରେ ୭ ଚୌକା ଓ ୨ ଛକା ସହ ୮୦ ରନ୍ କରିଥିଲେ । କୋହଲିଙ୍କ ଏହା ୨୮ ତମ ଓ ଅଧିନାୟକ ଭାବେ ୧୨ତମ ଅର୍ଦ୍ଧଶତକ ଅଟେ । ଏହି ମାମଲାରେ ସେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲମସନଙ୍କୁ ପଛରେ ପକାଇ ଦେଇଛନ୍ତି ।

ବିରାଟ ଏବେସୁଦ୍ଧା ୯୦ ଟି୨୦ ମ୍ୟାଚରେ ୫୨.୬୫ ଆଭରେଜରେ ୩୧୫୯ ରନ୍ କରିଛନ୍ତି । ଅଧିନାୟକ ଭାବେ ସେ ୪୫ଟି ମ୍ୟାଚ୍ ଖେଳି ୧୫୦୨ ରନ୍ କରିଛନ୍ତି । ଏହି ମାମଲାରେ ସେ ଆରୋନ ଫିଞ୍ଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫିଞ୍ଚ ଅଧିନାୟକ ଭାବେ ୪୪ ମ୍ୟାଚରୁ ୧୪୬୨ ରନ୍ କରିଛନ୍ତି ।

Leave A Reply

Your email address will not be published.