ଲମତାପୁଟ, : ଲମତାପୁଟ ପୋଲିସକୁ ବଡ଼ ସଫଳତା । ଅଭିନବ ଉପାୟରେ ଆଲମିରା ଭିତରେ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ ।
ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶକ୍ରମେ ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ଚାଙ୍ଗୁଡିପଡ଼ା ଛକ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ । ପାଡୁଆ ଅଞ୍ଚଳରୁ ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲଣ ହେଉଥିବା ନେଇ ଖବର ମିଳିଥିଲା । ଦ୍ରୁତଗତିରେ ଆସୁଥିବା ଟ୍ରକକୁ ଅଟକାଇଥିଲା ପୋଲିସ । ତେବେ ଟ୍ରକ ଡ଼ାଲାରେ ଆଲମିରା ବୋଝେଇ ଦେଖି ପୋଲିସ୍ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା । କିନ୍ତୁ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା ।
ଆଲମିରା ଗୁଡ଼ିକୁ ଯାଞ୍ଚ କରିବାରୁ ଏଥିରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିଲା । ଏବଂ ଗାଡ଼ିରେ ଥିବା ଦୁଇ ମାଫିଆଙ୍କୁ ମଧ୍ୟ କାବୁ କରାଯାଇଥିଲା । ୮ ଟି ଆଲମିରାରୁ ପ୍ରାୟ ୯ କୁଇଣ୍ଟାଲ ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ଯୁବକ ମାନେ ହେଲେ ଉତ୍ତରପ୍ରଦେଶ ଆଲିଗଡର ଜସ୍ଵତ୍ତ ସିଂହ , ଆଗ୍ରାର ହରେନ୍ଦ୍ର ସିଂହ ବୋଲି ଜଣା ପଡ଼ିଛି ।