ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବି ରାଜ୍ୟ ଯୁକ୍ତ ଦୁଇ ପରୀକ୍ଷା ଫଳ। କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ। ସନ୍ଧ୍ୟାରେ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ପରୀକ୍ଷା ନିୟନ୍ତ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ଶିକ୍ଷା ବିଭାଗର ଉଦ୍ଦିଷ୍ଟ ଲେବ୍ସାଇଟ୍ରେ ପରୀକ୍ଷାଫଳ ଉପଲବ୍ଧ ହେବ। ପିଲାମାନେ ଏହି ୱେବ୍ସାଇଟ୍ ଭିଜିଟ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।
ଏଥିପାଇଁ ଛାତ୍ରାଛତ୍ରୀମାନେ www.orisssaresults.nic.in କୁ ଯାଇ ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ନିଜର ରୋଲ୍ ନମ୍ବର ଦେଇ ପରୀକ୍ଷାଫଳ ଜାଣିପାରିବେ। ତେବେ ଆସନ୍ତାକାଲେ କେଉଁ ସମୟରେ ପରୀକ୍ଷାଫଳ ପ୍ରକାଶ ହେବ ତାହା କାଲି ହିଁ ଘୋଷଣା ହେବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ମିଳିଛି।