ଅଶ୍ଳୀଳ ଫଟୋ ଉଠାଇ ଫସିଲେ କ୍ୟାମେରାମ୍ୟାନ

0

ନୀଳଗିରି : ନାବାଳିକାଙ୍କୁ ଫସାଇ ଅଶ୍ଳୀଳ ଫଟୋ ଉଠାଇ ଜଣେ କ୍ୟାମେରାମ୍ୟାନ୍ ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ହୋଇଛି । ବିବାହ ଉତ୍ସବକୁ ଭିଡିଓ ରେକଡ଼ିଂ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ନାବାଳିକାଙ୍କୁ ଫସାଇବା ସହ ପ୍ରେମ କରି ଭରସା ଜିତିଥିଲେ । ତାପରେ ତାଙ୍କର ଅଶ୍ଳୀଳ ଭିଡିଓ ଉଠାଇ ବ୍ଲାକମେଲ କରିବା ନେଇ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ତୁଡିଗଡିଆ ଅଞ୍ଚଳର ଜଣେ ଯୁବକ ଏକ ବିବାହ ଉତ୍ସବକୁ ଭିଡିଓ ଓ ଫଟୋ ଉଠାଇବାକୁ ଯାଇଥିଲେ ।ସେଠାରେ ଜଣେ ନାବାଳିକାଙ୍କ ଫଟୋ ଉଠାଇଥିଲେ । ତାପରେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପାଇଁ ଚେଷ୍ଟା କରିଥିଲେ । ପରେ ତାଙ୍କର ଅଶ୍ଳୀଳ ଫଟୋ ଉଠାଇ ବିବାହ କରିବାକୁ ଧମକ ମଧ୍ୟ ଦେଇଥିଲେ । ନାବାଳିକାଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଭାଇରାଲ୍ କରିବା ଧମକ ଦେବାପରେ ତାଙ୍କ ଭାଇ ମୋବାଇଲକୁ ଅଶ୍ଳୀଳ ଫଟୋ ପଠାଇଥିଲେ । ଯୁବକ ଜଣକ ମଧ୍ୟ ତାଙ୍କ ଘର ଆଗକୁ ଆସିବା ପରେ ପରିବାର ଲୋକେ ଭୟଭୀତ ହୋଇପଡିଥିଲେ । ତେବେ ଜୈନକ ନାବାଳିକାଙ୍କ ବାପା ଘଟଣାକୁ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.