କୋଲକାତା: ପଶ୍ଚିବଙ୍ଗଳ ବିଜେପି ନେତା ଅଭିଜିତ ସରକାରଙ୍କ ହତ୍ୟା ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ପୁଲିସ। ନିର୍ବାଚନ ପୂର୍ବରୁ ହୋଇଥିବା ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଘଟଣାରେ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଗିରଫ ଦୁଇ ଅଭିଯୁକ୍ତ ହେଲେ ସଞ୍ଜୟ ଦେ(୨୬), ଅଭିଜିତି ଦେ(୨୫)। ଉଭୟ ନାର୍କେଲାଡାଙ୍ଗବାସୀନ୍ଦା ବୋଲି ଜଣାପଡ଼ିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ହୁଗୁଳି ଜିଲ୍ଲାର ଚାନ୍ଦନନଗରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ଗିରଫ କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଶନିବାର ନିମ୍ନ ଅଦାଲତରେ ଛଡ଼ାଯିବ।
ଭାଇ ବିଶ୍ୱଜିତଙ୍କ ଅଭିଯୋଗ କ୍ରମେ ଜୁଲାଇ ୨ ତାରିଖ ଅଭିଜିତ ସରକାରଙ୍କର ମୃତ ଶରୀର ଦ୍ୱିତୀୟ ଅଟୋସ୍ପି କରିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଭିଜିତଙ୍କ ଭାଇ ଅଭିଯୋଗ କରିଥିଲେ ଯେ ଶବକୁ ଶବଗୃହରେ ରଖି ନଷ୍ଟ କରିଦିଆଯାଇଛି। ତେଣୁ ମୃତଦେହର ଡିଏନ୍ଏ ଟେଷ୍ଟ କରାଯାଉ ବୋଲି ବିଶ୍ୱଜିତ ସରକାର କୋର୍ଟରେ ଆବେଦନ କରିଥିଲେ।