ମୁମ୍ବାଇ : ଅଭିନେତା ପ୍ରକାଶ ରାଜ ଉଭୟ ବଲିଉଡ ଓ ସାଉଥ ଫିଲ୍ମରେ ଅଭିନୟ କରି ନାଁ କରିଛନ୍ତି। ନିଜର ଦକ୍ଷ ଅଭିନୟ ପାଇଁ ସେ ପରିଚିତ। ଅଗଷ୍ଟ ୨୪ ତାରିଖରେ ତାଙ୍କର ଏକାଦଶ ବିବାହ ବାର୍ଷିକୀ ଥିଲା। ସେ ବଲିଉଡର କୋରିଓଗ୍ରାଫର ପୁନି ବର୍ମାଙ୍କୁ ବିବାହ କରିଛନ୍ତି।
ବିବାହ ବାର୍ଷିକୀ ସକାଳେ ନିଜ ସ୍ତ୍ରୀ ପାଇଁ ଟ୍ୱିଟରରେ ସେ ଏକ ସୁନ୍ଦର ନୋଟ ଲେଖିଥିଲେ। ସେ ଟ୍ୱିଟ କରିଥିଲେ, ‘ଯାହା ହୋଇଛି ସବୁ ଠିକ ହୋଇଛି…ମୋ ପ୍ରିୟ ପତ୍ନୀକୁ ଧନ୍ୟବାଦ…ମୋର ସବୁଠାରୁ ଭଲ ବନ୍ଧୁ ହୋଇଥିବାରୁ…ମୋ ଜୀବନରେ ଜଣେ ପ୍ରେମିକା ଓ ଜଣେ ମହାନ ସହଯୋଗୀ ହୋଇଥିବାରୁ” ପ୍ରକାଶ ରାଜ ସୋସିଆଲ ମିଡ଼ିଆରେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ କିଛି ଫଟୋ ସେୟାର କରିଥିଲେ ଓ ଲେଖିଥିଲେ, “ଆଜି ରାତିରେ ଆମେ ପୁଣି ବିବାହ କରିଛୁ…କାରଣ ଆମ ପୁଅ ବେଦାନ୍ତ ଆମ ବାହାଘର ଦେଖିବାକୁ ଚାହୁଁଥିଲା #bliss”
ପ୍ରକାଶ ରାଜଙ୍କ ପ୍ରଥମ ପତ୍ନୀଠୁ ଜନ୍ମିତ ଝିଅ ମେଘନା ଓ ପୂଜା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।