ଅଭିନେତ୍ରୀ ଭୂମି ପେଡ୍‌ନେକର ଓ ଅଭିନେତା ଭିକି କୌଶଲ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

0

ମୁମ୍ବାଇ : ବଲିଉଡ୍‌ରେ ଜଣଙ୍କ ପରେ ଜଣେ ସେଲିବ୍ରିଟି କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି । ବୁଧବାର ଅକ୍ଷୟ କୁମାର ଓ ଗୋବିନ୍ଦାଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଆଜି ଅଭିନେତ୍ରୀ ଭୂମି ପେଡ୍‌ନେକର ଓ ଅଭିନେତା ଭିକି କୌଶଲ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ଉଭୟ ଏ ବିଷୟରେ ସୂଚନା ଦେଇଛନ୍ତି ।

ଭୂମି ଲେଖିଛନ୍ତି ‘ମୋଠାରେ କରୋନାର ହାଲୁକା ଲକ୍ଷଣ ଦେଖାଯାଇଛି । ଡାକ୍ତରଙ୍କ ସହ ସମ୍ପର୍କରେ ଅଛି ଏବଂ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ।’

ସେହିପରି ଭିକି କୌଶଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି ‘ସମସ୍ତ ପ୍ରକାର ସତର୍କତା ଓ ଯତ୍ନ ସତ୍ତେ୍ୱ ଦୁର୍ଭାଗ୍ୟବଶତଃ ମୋର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି । ସମସ୍ତ ଜରୁରୀ ନିୟମ ପାଳନ କରୁଛି । ମୁଁ ଏବେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛି ।’ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଉଛି । ସମସ୍ତଙ୍କୁ ଅନୁରୋଧ କରୁଛି, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ଯଥାଶୀଘ୍ର କରୋନା ପରୀକ୍ଷା କରାଇ ନିଅନ୍ତୁ ।

’ ଅକ୍ଷୟ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ଥିଲେ । ଏବେ ସେ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍‌ଙ୍କୁ ସୂଚନା ଦେଇଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ରାମ ସେତୁ’ ଟିମ୍‌ର ପ୍ରାୟ ୪୫ ସଦସ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଜଣାପଡ଼ିଛନ୍ତି । ସମସ୍ତେ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ୪୫ ସଦସ୍ୟଙ୍କ ମଧ୍ୟରେ ୪୦ ଜୁନିୟର ଆର୍ଟିଷ୍ଟ ଅଛନ୍ତି । ଅନ୍ୟମାନେ ଅକ୍ଷୟଙ୍କ ମେକ୍‌ଅପ ଟିମ୍‌ ଓ ସେମାନଙ୍କ ସହଯୋଗୀ ।ବଲିଉଡରେ ବ୍ୟାପିଲା କରୋନା :

Leave A Reply

Your email address will not be published.