ଚାନ୍ଦବାଲି : ବିଦ୍ୟାଳୟ ବାରଣ୍ଡାରେ ପଡ଼ିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ। ଭଦ୍ରକ ଜିଲ୍ଲା ଆରଡ଼ି ମୁଆଁ ଗାଁରେ ଥିବା ବିଦ୍ୟାଳୟ ବାରଣ୍ଡାରେ ଆଜି ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ପଡ଼ିରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ଗାଁ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଆରଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି ।
ତେବେ ମୁଆଁ ଗାଁର ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ଆରଡ଼ି ଓ ଆଖପାଖ ଅଞ୍ଚଳରେ ଏହି ବୃଦ୍ଧ ଜଣକ ବୁଲାବୁଲି କରି ସନ୍ଧ୍ଯା ହେଲେ ଆସି ଏହି ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନିଅନ୍ତି । ହେଲେ ଆଜି ବୃଦ୍ଧ ଜଣଙ୍କ ଚେତାଶୂନ୍ୟ ହୋଇ ତାଙ୍କ ଜୀବନ ଚାଲିଯାଇଛି । ଏହାପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।