ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

କାମାକ୍ଷାନଗର: ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କାମାକ୍ଷାନଗର ଥାନା ରଙ୍ଗମାଟିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ର ପଛପଟୁ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ଏକ ଶାଗୁଆନ ଗଛରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

 ମୃତକଙ୍କ ପରିଚୟ ମିଳିପାରିନଥିବା ବେଳ ଯୁବକଙ୍କର ବୟସ ୩୦ ରୁ ୩୫ ହେବ ବୋଲି ଅନୁମାନ କରାଯାଉଛି। ଯୁବକ ଜଣକ ଏକ ଗୋଲାପ ରଙ୍ଗର ସ୍ପୋଟିଙ୍ଗ ଗଞ୍ଜି ଓ ହାପ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ  ଡାହାଣ ହାତରେ ଏକ ନାଲି ଫିତା ଲଗାଇଛନ୍ତି । ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନୀଶମ ବାହିନି ପହଞ୍ଚି ମୃତଦେହଟି ତଳକୁ ଓଲ୍ଲାଇ ଅଧିକ ତଦନ୍ତ ଯାରି ରଖିଛି।

Leave A Reply

Your email address will not be published.