ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

0

ଚଣ୍ଡିଖୋଲ : ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ । ଯାଜପୁର ଜିଲ୍ଲା ଛତିଆ ପାଇକରାପୁରଠାରେ ଥିବା ଏକ ଜଗନ୍ନାଥ ପୂଜା ଭଣ୍ଡାର ଓ ଭେରାଇଟି ଷ୍ଟୋରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ପୂଜା ସାମଗ୍ରୀ ଓ ଅନ୍ୟ ଜିନଷଗୁଡିକ ଜଳି ଯାଇଛି ।ବିଳମ୍ବିତ ରାତିରେ ଦୋକାନରେ ନିଆଁ କେମିତ ଲାଗିଲା ତାହା ଜଣାପଡି ନଥିବାବେଳେ । ନିଆଁ ଲାଗିବା ପରେ ଦୋକାନ ମାଲିକ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଦୋକାନରେ ଥିବା ସମସ୍ତ ଜିନିଷ ଜଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

Leave A Reply

Your email address will not be published.